Indus Valley Times

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମସ୍ତ ୱାର୍ଡେନଙ୍କ ଇସ୍ତଫା

 Breaking News

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମସ୍ତ ୱାର୍ଡେନଙ୍କ ଇସ୍ତଫା

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମସ୍ତ ୱାର୍ଡେନଙ୍କ ଇସ୍ତଫା
August 05
10:07 2026

କଟକ,୫/୮ : ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା ।
ଖବର ଅନୁଯାୟୀ, ଦିନ ଗଡ଼ିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ ବଢିବାରେ ଲାଗିଛି । ଗତ ଶନିବାର ଠାରୁ ରେଭେନ୍ସା ଇଷ୍ଟ ହଷ୍ଟେଲ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।
ଡେପୁଟି ଓ୍ୱାର୍ଡେନଙ୍କ ଇସ୍ତଫା ଦାବି କରି ଅନଶନ ଆରମ୍ବ କରିଥିଲେ ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ । ଯାହାପରେ ରେଭେନ୍ସା ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିଲା । ତଥାପି କିଛି ସୁଫଳ ମିଳିନଥିଲା ।
ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କ୍ୟାମ୍ପସରେ ପହଞ୍ଚି ଛାତ୍ରଙ୍କ ସହିତ ଆଲୋଚନା କରିଥିଲେ ।
ଏହି ସମୟରେ ଚିଫ୍ ଓ୍ୱାର୍ଡେନ ଏବଂ କିଛି ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ବିଧାୟକ ଅରୁଚିକର ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ବିବାଦ ବଢିଥିଲା । ଶେଷରେ ମଙ୍ଗଳବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲର ସମସ୍ତ ଓ୍ୱାର୍ଡେନ ଏବଂ ଡେପୁଟି ଓ୍ୱାର୍ଡେନ ଇସ୍ତଫା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31