Indus Valley Times

ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ, ଅର୍ଥ ସଚିବ ଏବଂ ଇଡ୍‌କୋ ଅଧ୍ୟକ୍ଷ ଦାୟିତ୍ବରେ ବି ରହିବେ

 Breaking News

ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ, ଅର୍ଥ ସଚିବ ଏବଂ ଇଡ୍‌କୋ ଅଧ୍ୟକ୍ଷ ଦାୟିତ୍ବରେ ବି ରହିବେ

ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ, ଅର୍ଥ ସଚିବ ଏବଂ ଇଡ୍‌କୋ ଅଧ୍ୟକ୍ଷ ଦାୟିତ୍ବରେ ବି ରହିବେ
June 29
20:35 2025

ଭୁବନେଶ୍ବର, ୨୯/୬ : ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।
ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡ୍‌କୋର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାର ଆଜି କିଛି ଅଧିକାରୀଙ୍କୁ ବଦଳି କରିଛନ୍ତି। ଏହି କ୍ର‌ମରେ ୧୯୯୬ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଶିଳ୍ପାଞ୍ଚଳ ଉନ୍ନୟନ ନିଗମ (ଇଡ୍‌କୋ)ର ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିବା ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବି ଭାବେ ନିଯୁକ୍ତି ମିଳିଛି।
୫୨ ବର୍ଷୀୟ ଶାଶ୍ବତ ମିଶ୍ର ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ଛାତ୍ର ଶ୍ରୀ ମିଶ୍ର ଓଡ଼ିଶା କ୍ୟାଡରର ଆଇଏଏସ୍ ହେଲା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଛି।
ସେ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗ, ଶକ୍ତି ବିଭାଗ, ଓଏସ୍ଏସ୍ଏସ୍ସି, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି। ଶାଶ୍ବତ ମିଶ୍ରଙ୍କୁ ରାଜ୍ୟ ସରକାର ଗତବର୍ଷ ଅର୍ଥ ବିଭାଗରେ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31