Indus Valley Times

ଶିଶୁ ସୁରକ୍ଷା ୟୁନିଟ ତରଫରୁ କନ୍ୟା ସନ୍ତାନ ଦିବସ ପାଳିତ

 Breaking News

ଶିଶୁ ସୁରକ୍ଷା ୟୁନିଟ ତରଫରୁ କନ୍ୟା ସନ୍ତାନ ଦିବସ ପାଳିତ

ଶିଶୁ ସୁରକ୍ଷା ୟୁନିଟ ତରଫରୁ କନ୍ୟା ସନ୍ତାନ ଦିବସ ପାଳିତ
October 12
21:29 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୨/୧୦ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବାଲାଜୀ ନର୍ସିଂ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଅନୁଷ୍ଟିତ ହୋଇଯାଇଛି।
ଏହି ଅବସରରେ ନର୍ସିଂ କଲେଜ୍ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରେଳୀ ସହିତ ବେଟି ବଚାଓ ବେଟି ପଢ଼ାଓ,ପଢେଙ୍ଗେ ହମ୍ ବଢ଼େଙ୍ଗେ ହମ୍, ଲଢେଙ୍ଗେ ହମ୍,ଜିତେଙ୍ଗେ ହମ୍,ମୁଁ ଗୋଟିଏ ଝିଅ,ସହର ସମସ୍ୟା ସମାଧାନ ମୁଁ ନେତୃତ୍ୱ ନେବି ଭଳି ସ୍ଲୋଗାନ ଦେଇଥିଲେ।
କାର୍ଯ୍ୟକ୍ରମ ରେ ଅଭିଳାଷ ଅଗ୍ରୱାଲ,ନିର୍ଦ୍ଦେଶକ,ବାଲାଜୀ କଲେଜ୍ ଅଧ୍ୟକ୍ଷତା କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା କନ୍ୟା ସନ୍ତାନ ସଶକ୍ତିକରଣ ଶିକ୍ଷା ଓ ସମାନ ଅଧିକାର ପାଇଁ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ସାମାଜିକ କର୍ମୀ ଅରୁଣ ଖୁଅସ ମୁଖ୍ୟ ଅତିଥିଭାବେ କନ୍ୟା ସନ୍ତାନ ଭେଦ,ଭାବ ପୂର୍ଣ୍ଣ ମନୋଭାବ,ହିଂସା କୁ ସମାଜରୁ ସମୁଲେ ବିନାଶ କରି ସମସ୍ତ କନ୍ୟା ସନ୍ତାନ ଉପଯୁକ୍ତ ବାତାବରଣରେ ଅଭିବୃଦ୍ଧି ଓ ସଫଳତା ଆଣିପାରିଲେ ଆଜି ଦିବସର ମହତ୍ତ୍ଵ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ସରକାରଙ୍କ ତରଫରୁ ଦିଆଯାଇଥିବା ବିଭିନ୍ନ ପ୍ରକାରର ଶସକ୍ତିକରଣ ଓ ପ୍ରୋତ୍ସାହନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ କନ୍ୟା ସନ୍ତାନ ମାନେ କିଭଳି ଆଗକୁ ବଢ଼ିବାରେ ସହାୟକ ହୋଇପାରି ନିଜର ଓ ଜିଲ୍ଲା ସମ୍ମାନ ରକ୍ଷା କରି ପ୍ରତିଷ୍ଠିତ ହେବା ପାଇଁ ଜଣାଇଥିଲେ ।
ଏହି ଅବସରରେ ବାଲାଜୀ କଲେଜ୍ ର ଅଧ୍ୟକ୍ଷ କୈଳାଶ ଅଗ୍ରୱାଲ କହିଲେ ସରକାରଙ୍କ ଏଭଳି ପ୍ରଶଂସନୀୟ ଉଦ୍ୟମକୁ ସହାୟୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ହରି ବନ୍ଧୁ ରାଉତ୍ ସମସ୍ତଙ୍କୁ ଉସ୍ୱାହିତ କରିଥିଲେ,ଏହି ଅବସରରେ ଚାଇଲ୍ଡ ଶିଶୁ ସହାୟତା କେନ୍ଦ୍ର ର ପରାମର୍ଶଦାତ୍ରି ଶ୍ରଦ୍ଧାଞ୍ଜଳି ସିଂ ୧୦୯୮ କୁ ଫୋନ୍ କରି ବିଫଳ ସଙ୍କୁଳ ଅବସ୍ଥାରେ ଶିଶୁ କୁ ସହାୟତା କରିବାକୁ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ଶିଶୁ ସହାୟତା କେନ୍ଦ୍ର ର ଡୋଳି ସାହୁ,ଶୁଭମ୍ ଜେନା,ସୁଦନ୍ ଖମାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031