Indus Valley Times

ଶୃଙ୍ଖଳିତ ହେବ ଆନନ୍ଦବଜାର, ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

 Breaking News

ଶୃଙ୍ଖଳିତ ହେବ ଆନନ୍ଦବଜାର, ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ଶୃଙ୍ଖଳିତ ହେବ ଆନନ୍ଦବଜାର, ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ
September 01
16:45 2024

ପୁରୀ,୧/୯ : ପାରିଲେନି ନବୀନ ସରକାର,,, ସମ୍ଭବ କରି ଦେଖାଇଲେ ମୋହନ ସରକାର। ଶ୍ରୀମନ୍ଦିର ସଂସ୍କାର ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଅନେକ ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରୁ ପ୍ରମୁଖ ଥିଲା ଆନନ୍ଦବଜାରରେ ଶୃଙ୍ଖଳା ଆଣିବା।
କିନ୍ତୁ ବିଜେଡି ସରକାର ଏହାକୁ ବାଏଁବାଏଁ ଉଡାଇଥିବା ବେଳେ ବର୍ତ୍ତମାନ ସରକାର ମାନ୍ୟବର କୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଆନନ୍ଦବଜାର ଶୃଙ୍ଖଳା ପାଇଁ ନେଇଛନ୍ତି ଐତିହାସିକ ପଦକ୍ଷେପ। ଯାହାକି ଶ୍ରୀମନ୍ଦିର ଇତିହାସରେ ବିରଳ ଘଟଣା।
ପୂର୍ବରୁ ବାରମ୍ବାର ଆନନ୍ଦବଜାରରେ ଶୃଙ୍ଖଳା ପାଇଁ ଭକ୍ତ,, ସୁଆରମହାସୁଆର ନିଯୋଗ,,ସେବାୟତ ସମସ୍ତେ ଦାବି କରୁଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ତତ୍କାଳୀନ ନବୀନ ସରକାର। ଆଜିଠାରୁ ନିଷ୍ପତ୍ତି ମୁତାବକ ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ।
୨୦ ଜଣ ଅବସରପ୍ରାପ୍ତ ସେନା ନିବୃତ କର୍ମଚାରୀ ବା ଋଢ ଇଜଗଣ ନିୟୋଜିତ ହୋଇ ଆନନ୍ଦବଜାର ଉପରେ ରଖିବେ କଡା ନଜର। ଅଣସୁପକାରଙ୍କ ପ୍ରାଦୁର୍ଭାବ ଉପରେ ରୋକ୍ ଲାଗିବା ସହ ଭକ୍ତଙ୍କୁ ବାସୀ ଅବଢା ଦେଉଥିବା ସୁପକାରଙ୍କୁ ଚିହ୍ନଟ କରି ପୋଲିସର ଜିମା ଦେବେ ଏହି ସେନା ନିବୃତ କର୍ମଚାରୀ।
ଦୁଇଟି ପର୍ଯ୍ୟାୟରେ ଦଶଦଶ ଜଣ ଅର୍ଥାତ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୧୦-ଜଣ ଏବଂ ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୦ ଜଣ ଋଢ ଇଜଗଣ ଙ୍କ ନଜରରେ ରହିବ ଶ୍ରୀମନ୍ଦିର ଆନନ୍ଦବଜାର। ଆବଶ୍ୟକ ପଡିଲେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆଉ ଦୁଇଜଣ ମଧ୍ୟ ଶ୍ରୀମନ୍ଦିର ଭିତରେ ମୁତୟନ ହେବେ।
ତେବେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ୨୦ ଜଣ ଅବସରପ୍ରାପ୍ତ ସେନା ନିବୃତ କର୍ମଚାରୀଙ୍କ ସହ ଆନନ୍ଦବଜାର ଶୃଙ୍ଖଳା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ପରେ ଶ୍ରୀମନ୍ଦିର ଆନନ୍ଦବଜାର ଯାଇ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ସୁରକ୍ଷା ପ୍ରଶାସକ।
ଅନ୍ୟପଟେ ଖୁବଶୀଘ୍ର ସେମାନଙ୍କ ଡ୍ରେସକୋର୍ଡ ବ୍ୟବସ୍ଥା ଲାଗୁ କରାଯିବାକୁ ଥିବାବେଳେ ଦେଶ ସେବା ଭଳି ମହାପ୍ରଭୁଙ୍କ ସେବା ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଛନ୍ତି ନିୟୋଜିତ ଋଢ ଇଜଗଣ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930