Indus Valley Times

ଶ୍ରେଷ୍ଠତା ସମ୍ମିଳନୀରେ A୧ ଗ୍ରେଡ଼ ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକ ମାନଙ୍କ କର୍ମଶାଳା

 Breaking News

ଶ୍ରେଷ୍ଠତା ସମ୍ମିଳନୀରେ A୧ ଗ୍ରେଡ଼ ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକ ମାନଙ୍କ କର୍ମଶାଳା

August 02
10:23 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୮ : ଖୋରଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ,ଖୋରଧାଙ୍କ ଦ୍ୱାରା ଆୟୋଜିତ ଶ୍ରେଷ୍ଠତା ସମ୍ମିଳନୀରେ A୧ ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକମାନଙ୍କ କର୍ମଶାଳା ଅନଷ୍ଠିତ ହୋଇଯାଇଛି ।
ଦକ୍ଷତା ବିକାଶ ଅନୁଷ୍ଠାନ, ତରାବୋଇ ଜଟଣୀ ଠାରେ ଅନୁଷ୍ଠିତ ଶ୍ରେଷ୍ଠତା ସମ୍ମିଳନୀ ୨୦୨୬ ଉଦ୍ଘାଟନ ଉତ୍ସବରେ ଆବାହକ ଶ୍ରୀମତୀ ସୋନମିକା ରାୟ , ଜିଲ୍ଲା ଶିକ୍ଷା ଅଧିକାରୀ, ଖୋରଧା ପ୍ରଥମେ ସ୍ୱାଗତ ଅଭିଭାଷଣ ଦେଇଥିଲେ ।
ଏହି ଉଦ୍ଘାଟନ ଉତ୍ସବରେ ସଭାପତି ଭାବେ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ,ମୁଖ୍ୟ ଅତିଥି ଭାବେ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ମୁଖ୍ୟବକ୍ତା ଭାବେ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ମାନ୍ୟବର ବିଧାୟକ ଖୋରଧା, ସମ୍ମାନିତ ଅତିଥି ଭାବେ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ,ମାନ୍ୟବର ବିଧାୟକ ଜଟଣୀ, ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ ,ଜିଲ୍ଲା ପରିଷଦ ସଭାପତି ଉପସ୍ଥିତ ରହି ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିବା ସହ ୧୮୨ ଜଣ A୧ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀ ତଥା ୧୦୦% ଉତ୍ତୀର୍ଣ୍ଣ ହାର ଥିବା ବିଦ୍ୟାଳୟର ୨୧ ଜଣ ପ୍ରଧାନଶିକ୍ଷକ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ପ୍ରେରଣା ଦେଇ ଶୃଙ୍ଖଳିତ ଜୀବନ ଶୈଳୀକୁ ପ୍ରାଧାନ୍ୟ ଦେଇଥିଲେ ଓ ପ୍ରତି ଶୁଭ ଅବସରରେ ବୃକ୍ଷ ରୋପଣ କରିବା ସହ ଯତ୍ନ ନେବାକୁ କହିଥିଲେ ।
ସଭାପତି ଶ୍ରୀ ଋତୁରାଜ ବକ୍ତବ୍ୟ ପ୍ରଦାନରେ ଆତ୍ମ ଜୀବନ ମାଧ୍ୟମରେ ସଫଳ ହେବାକୁ ନିରବଛିନ୍ନ ପରିଶ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ମଳନୀର ପ୍ରଥମ ଅଧିବେଶନରେ ଶ୍ରେଷ୍ଠତା ସମ୍ମିଳନୀ ଉଦ୍ଘାଟନ, \’ ଆମ ତାରକା- ସଫଳତାର କଥା\’ ଉନ୍ମୋଚନ, A୧ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ତତ୍ପରେ ଆସିଥିବା ପିତାମାତା ଓ ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ଦକ୍ଷତା ବିକାଶ ଅନୁଷ୍ଠାନ କ୍ଷେତ୍ର ପରିଭ୍ରମଣ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ସମଗ୍ର ଜିଲ୍ଲାର ୨୯୧ ଜଣ ପ୍ରଧାନ ଶିକ୍ଷକଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦଶମ ଶ୍ରେଣୀ ନିମନ୍ତେ ଅଭିନବ ଓ ଉନ୍ନତ ଶୈକ୍ଷିକ କାର୍ଯ୍ୟକ୍ରମ RAISE ୨.୦ ର ଉଦ୍ଘାଟନ କରାଯାଇଥିଲା ।
ସମଗ୍ର ଶିକ୍ଷାର ବିଭିନ୍ନ ଯୋଜନା, ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ଆଲୋଚିତ ହୋଇଥିଲା ।
ଏହି ଅଧିବେଶନରେ ୧୧ ଟି ବିଦ୍ୟାଳୟକୁ ବ୍ଲକ୍ ଶ୍ରେଷ୍ଠ ଶିକ୍ଷାର୍ଥୀ ପ୍ରାପ୍ତ ବିଦ୍ୟାଳୟ ଭାବେ,୨୧ ଟି ବିଦ୍ୟାଳୟ, ୧୦୦ % ପାସ୍ ହାସଲ କରିଥିବା ବିଦ୍ୟାଳୟ, ୭୭ ଟି ଇA୧ ହାସଲ କରିଥିବା ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମି ବାଳା ପରିଡ଼ା ଓ ଶ୍ରୀ ବିଜୟ ବେହେରାଙ୍କ ସହ ସରୋଜ କୁମାର ସିଂହ, ନକୁଳ କୁମାର ମଲ୍ଲିକ, ବିଭୁ ପ୍ରସାଦ ସେନାପତି, ଅଜୟ କୁମାର ବରାଡ଼, ତୋଫାନ କୁମାର ରାଉତରାୟ, ଶଙ୍କର ପ୍ରଧାନ, ପ୍ରିୟଙ୍କା ରଥ,ଯୁଧିଷ୍ଠିର ସାହୁ, ଗୀତାଞ୍ଜଳି ସାହୁ, ରେବତୀ ପଣ୍ଡା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂର୍ଯ୍ୟ ପ୍ରଭା ସଂସ୍ଥା, ସାଇ ଅନ୍ତର୍ଜାତୀୟ ବିଦ୍ୟାଳୟ, ଆଦ୍ୟନ୍ତ- ଆକାଶ, ଇଷ୍ଟ କଲେଜ ସହାୟତା ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930