Indus Valley Times

ସକାଳୁ ସକାଳୁ ପ୍ରବଳ ଘନ କୁହୁଡିର ଚାଦର, ଦିଶିଲାନି ସୂର୍ଯ୍ୟମନ୍ଦିର

 Breaking News

ସକାଳୁ ସକାଳୁ ପ୍ରବଳ ଘନ କୁହୁଡିର ଚାଦର, ଦିଶିଲାନି ସୂର୍ଯ୍ୟମନ୍ଦିର

ସକାଳୁ ସକାଳୁ ପ୍ରବଳ ଘନ କୁହୁଡିର ଚାଦର, ଦିଶିଲାନି ସୂର୍ଯ୍ୟମନ୍ଦିର
November 24
10:41 2025

ଭୁବନେଶ୍ୱର, ୨୪/୧୧ : ସୋମବାର ଘନ କୁହୁଡ଼ି ବଳୟରେ ଆଚ୍ଛାଦିତ ହେଲା କୋଣାର୍କ ସୂର୍ଯ୍ୟମନ୍ଦିର। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡ଼ି ବଳୟରେ ଅଦୃଶ୍ୟ ହୋଇଥିବା ପ୍ରତୀୟମାନ ହେଲା। ଯାହା ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ।
କିନ୍ତୁ ସ୍ୱଳ୍ପ ସଂଖ୍ୟକ ଆସି କୁହୁଡ଼ିର ମଜା ନେଉଥିବା ଦେଖିବାକୁ ମିଳିଥିଲା । ଘନ କୁହୁଡି ବଳୟ ମଧ୍ୟରେ ପର୍ଯ୍ୟଟକମାନେ ସେଲ୍ଫି ନେଇ ମଜା ନେଉଥିଲେ।
ସେପଟେ ଧଳା ଚାଦର ତଳେ ଲୁଚିଲା ଭୁବନେଶ୍ବର । ଶୀତ ଋତୁର ପ୍ରଥମ କୁହୁଡ଼ି ଦୃଶ୍ୟମାନ ହୋଇଛି ଓ ଆଜି ବଡ଼ିଭୋର ସମୟରେ ଭୁବନେଶ୍ୱର ଓ କଟକ ସହର ସମେତ ଦକ୍ଷିଣ-ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡି ହେଲା ଦୃଶ୍ୟମାନ ହୋଇଛି ଓ
ଘନ କୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳକୁ ନେଇ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରୁ ଆସିଥିବା ଖବର ଅନୁସାରେ ଘନ କୁହୁଡ଼ି ପାଇଁ ବଡ଼ ବଡ଼ ଗାଡ଼ି ରାସ୍ତାରେ ଅଟକି ରହିଥିଲା । ରାସ୍ତା ଦେଖାଯାଉନଥିବା କାରଣରୁ ଆଗକୁ ବଢ଼ିବା ସମ୍ଭବ ହେଉନଥିଲା । ଏମିତି କି ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031