Indus Valley Times

ସବୁଜ ନୁହେଁ, ଏଣିକି ଖଇରିଆ ଓ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ସ୍କୁଲ ପିଲା

 Breaking News

ସବୁଜ ନୁହେଁ, ଏଣିକି ଖଇରିଆ ଓ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ସ୍କୁଲ ପିଲା

ସବୁଜ ନୁହେଁ, ଏଣିକି ଖଇରିଆ ଓ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ସ୍କୁଲ ପିଲା
October 02
16:18 2024

ଭୁବନେଶ୍ୱର,୨/୧୦: ବଦଳିବ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ । ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ବଦଳରେ ପିନ୍ଧିବେ ବାଦାମୀ ରଙ୍ଗର ଡ୍ରେସ୍ ।
ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ। ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ ବୋଲି ଆଜି ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା ।
ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ କୁହାଯାଇଥିଲା । ୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ବି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଥିଲା ।
ତେବେ ରାଜ୍ୟ କ୍ଷମତାକୁ ମୋହନ ମାଝୀ ସରକାର ଆସିବା ପରେ ପିଲାଙ୍କ ୟୁନିଫର୍ମ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ, ଏଣିକି ଏବେ ଛାତ୍ର-ଛାତ୍ରୀ ଖଇରିଆ ଓ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ।
ଏହା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ । ସୂଚନାଯୋଗ୍ୟ, ୨୦୨୩ରେ ପୂର୍ବରୁ ୟୁନିଫର୍ମ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031