Indus Valley Times

ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

 Breaking News

ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
June 06
22:50 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୬: ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା ।
ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ , ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ ।
ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ତପତିରାଜ୍ ସଭାପତିତ୍ୱ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଲାକ୍ରା ମାଡାମ,ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହା ବିଷୟରେ ବୁଝାଇଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମ Table Top exerciseକୁ ଆସନ୍ତା ତା.୧୮.୦୬.୨୦୨୫ରିଖ ଦିନ ସମସ୍ତ ବ୍ଲକ, ଏନ.ଏ.ସି. ତଥା ଜିଲ୍ଲାସ୍ତରରେ କେଉଁ ଢଙ୍ଗରେ ପାଳନ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା ।
ଏଥିରେ ସରପଞ୍ଚ ଓ ସଂପାଦକମାନଙ୍କର ସକ୍ରିୟ ଅଂଶ ଗ୍ରହଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ଦାୟିତ୍ବ ଓ ଭୁମିକା ଉପରେ ଆଲୋଚନା ହୋଇଥିଲା ।
ଏହାର ଉପଦେୟତାକୁ ଉପଲବ୍ଧ କରିବା ପାଇଁ ଏହାକୁ କେତେ ଜୀବନ୍ତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା ।
ଏହି ପରିପ୍ରେକ୍ଷୀରେ AFO Mr.Behera ଆଶ୍ରୟସ୍ଥଳରେ ଥିବା ଉପକରଣଗୁଡିକୁ କିପରି ସଠିକ ଭାବରେ ବ୍ୟବହାର କରି ଚଳନକ୍ଷମ ରଖାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ ପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଏପରିକି ସମସ୍ତ ଆଶ୍ରୟସ୍ଥଳୀକୁ ମଧ୍ୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ପରେ ପରେ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930