Indus Valley Times

ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା, ୟୁନିଫର୍ମ ପିନ୍ଧି ପରିଚୟପତ୍ର ଦେଖାଇଲେ ମିଳିବ ସୁବିଧା

 Breaking News

ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା, ୟୁନିଫର୍ମ ପିନ୍ଧି ପରିଚୟପତ୍ର ଦେଖାଇଲେ ମିଳିବ ସୁବିଧା

ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା, ୟୁନିଫର୍ମ ପିନ୍ଧି ପରିଚୟପତ୍ର ଦେଖାଇଲେ ମିଳିବ ସୁବିଧା
September 18
11:27 2025

ଭୁବନେଶ୍ୱର, ୧୮/୯ : ଏଣିକି ସରକାରୀ ବସ୍‌ରେ ମାଗଣାରେ ସ୍କୁଲ ଓ କଲେଜକୁ ଯାତାୟାତ କରିପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ।
ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍‌ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଥିଲେ ।
ବସ୍ ରୁଟ୍ ଓ ସ୍କୁଲ, କଲେଜ ସମୟ ଅନୁସାରେ ଚଳାଚଳକୁ ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31