ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ: ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୬ : ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ସପକ୍ଷରେ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସରପଞ୍ଚ ସଂଘ ଅଣ୍ଟା ଭିଡ଼ି ନ୍ୟାୟ ପ୍ରଦାନ ଦାବୀ କରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ମହିଳା ସରପଞ୍ଚଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଅସହଯୋଗ କରି ଯୋଗ ନ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ଥିବା ଜଣା ପଡିଛି।
ତେବେ ଏହା ସରପଞ୍ଚଙ୍କ ରାଜ୍ୟ ମହାସଂଘ ନିଷ୍ପତି କ୍ରମେ କ.ନୂଆଗାଁ ସରପଞ୍ଚ ସଂଘର କର୍ମକର୍ତ୍ତା ବିଡ଼ିଓ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅନୁପସ୍ଥିତିରେ ଜିପିଇଓ ସ୍ମୃତି ସାଗର ପ୍ରଧାନଙ୍କ ଉପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ଏଥିରେ ବ୍ଲକର ୧୪ ପଞ୍ଚାୟତର ସମସ୍ତ ସରପଞ୍ଚ ସମର୍ଥନ ଜଣାଇବା ସହ ସରପଞ୍ଚ ସଂଘର ସଭାପତି କୁଡୁତୁଲି ପଞ୍ଚାୟତ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକ, ସଂପାଦକ ଲେତିଙ୍ଗିଆ ସରପଞ୍ଚ କୁନାଲ ପ୍ରଧାନ,ବରିଷ୍ଠ ସଦସ୍ୟ ସିର୍ତ୍ତିଗୁଡା ସରପଞ୍ଚ ଭାଗ୍ୟବତୀ ମଲ୍ଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲ୍ଲିକ, ବଣ୍ଡଗୁଡା ସରପଞ୍ଚ ସଞ୍ଜୟ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।
ପତ୍ନୀ କୁ ବାରମ୍ବାର ନିର୍ୟାତନା ଦେଇ ସ୍ଵାମୀ ଗିରଫ
ବାଲିଗୁଡା, ୧୮/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ ସାଇନ୍ ପଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାରୁ ଜଣା ପଡିଛି ଉକ୍ତ ପଞ୍ଚାୟତର ପାଦେରିପଡା ଗ୍ରାମର ଗୋପିନାଥ ବିନ୍ଧାଣୀ (୩୬) ନିଜ ପତ୍ନୀକୁ ବାରମ୍ବାର ଝଗଡ଼ା ଲାଗି ମାରପିଟ କରୁଥିବା ସହିତ ଆଶ୍ରବ୍ୟ ଭାଷାରେ ଗାଳି ଗୁଲଜ,ଘରର ଆସବାବପତ୍ର ନଷ୍ଟ ଓ ଜୀବନରେ ମାରିଦେବାକୁ ଧମକ ଦେବାରୁ ସ୍ତ୍ରୀ ଅସହ୍ୟ ହୋଇ ଦୁଇଟି ସନ୍ତାନକୁ ଧରି ଥାନାର ଦ୍ବାରସ୍ତ ହୋଇଥିଲେ।
ନୂତନ ଥାନା ଅଧୂକାରୀ କେଳୁ ଚରଣ ଜେନା ଅଭିଯୁକ୍ତର ପୂର୍ବ ଇତିହାସ ଦେଖି ସୁଯୋଗର ଅପବ୍ୟବହାର କରି ଚରିତ୍ରରେ ପରିବର୍ତ୍ତନ ହୋଇ ନ ଥିବାରୁ ସଙ୍ଗେସଙ୍ଗେ ଗୋପିନାଥକୁ ଗିରଫ କରିଥିଲେ।
ଏନେଇ କ.ନୂଆଗାଁ ଥାନା କେସ ନଂ ୯୨/୨୬ ୯୯୪(୧), ୯୦୯, ୧୧୪(୧), ୩୫୧ (୨) ବିଏନଏସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧୂକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।






