Indus Valley Times

ସରିଲା ଜନ୍ମବେଦୀରେ ଚତୁର୍ଦ୍ଧାମୁରତୀଙ୍କ ଲୀଲାଖେଳା, ଧାଡି ପହଣ୍ଡିରେ ବାହୁଡିବେ ବାହୁଡ଼ାବ୍ରହ୍ମ

 Breaking News

ସରିଲା ଜନ୍ମବେଦୀରେ ଚତୁର୍ଦ୍ଧାମୁରତୀଙ୍କ ଲୀଲାଖେଳା, ଧାଡି ପହଣ୍ଡିରେ ବାହୁଡିବେ ବାହୁଡ଼ାବ୍ରହ୍ମ

ସରିଲା ଜନ୍ମବେଦୀରେ ଚତୁର୍ଦ୍ଧାମୁରତୀଙ୍କ ଲୀଲାଖେଳା, ଧାଡି ପହଣ୍ଡିରେ ବାହୁଡିବେ ବାହୁଡ଼ାବ୍ରହ୍ମ
July 05
10:46 2025

ପୁରୀ, ୫/୭ : ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ରହିଛି। ତେଣୁ ରାଜ୍ୟରେ ବର୍ଷା ପ୍ରକୋପ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ବିଶେଷ କରି ପଶ୍ଚିମ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତା’ପରେ ଏହାର ପରିମାଣ ଅଳ୍ପ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏପରିକି ଆଜି ପବିତ୍ର ବାହୁଡ଼ାରେ ମଧ୍ୟ ବର୍ଷାରେ ଭିଜିବେ ଭକ୍ତ। କାରଣ ଆଜି ପୁରୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।
ଏପରିକି ଆସନ୍ତାକାଲି ଅନେକ ସ୍ଥାନରେ ବର୍ଷା ଏବଂ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି। ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ୭ରେ ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31