Indus Valley Times

ସ୍ୱଚ୍ଛତା ସେବା ପକ୍ଷ ପାଳନ ଉପଲକ୍ଷେ ବୌଦ୍ଧଠାରେ ଚିତ୍ରାଙ୍କନ ପ୍ରତିଯୋଗିତା

 Breaking News

ସ୍ୱଚ୍ଛତା ସେବା ପକ୍ଷ ପାଳନ ଉପଲକ୍ଷେ ବୌଦ୍ଧଠାରେ ଚିତ୍ରାଙ୍କନ ପ୍ରତିଯୋଗିତା

ସ୍ୱଚ୍ଛତା ସେବା ପକ୍ଷ ପାଳନ ଉପଲକ୍ଷେ ବୌଦ୍ଧଠାରେ ଚିତ୍ରାଙ୍କନ ପ୍ରତିଯୋଗିତା
September 20
20:21 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୯ : ଆଜି ଦିବା ୧୦ ଘଣ୍ଟା ରେ ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧ ଠାରେ ସ୍ୱଚ୍ଛତା ସେବା ପକ୍ଷ ୨୦୨୫ ଉପଲକ୍ଷେ ବିକଶିତ ଭାରତ ରଙ୍ଗ, କଳା ମାଧ୍ୟମରେ “ଚିତ୍ରାଙ୍କନ” ପ୍ରତିଯୋଗୀତା ୩ ଗୋଟି ସ୍ତରରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ ପୁରସ୍କାର ବିତରଣୀ ସଭାରେ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ଵସ୍ତିକ ସୁଚିନ୍ତନ୍ ପ୍ରଧାନ, ନବମ ଶ୍ରେଣୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା- ପ୍ରଥମ, ଅର୍ପିତା ପ୍ରିୟଦର୍ଶିନ, ଅଷ୍ଟମ ଶ୍ରେଣୀ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମଣିପୁର- ଦ୍ଵିତୀୟ, ଶ୍ରେୟାଂଶି ସାହୁ, ପଞ୍ଚମ ଶ୍ରେଣୀ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ – ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବାର୍ତ୍ତିତ୍ ଦଳେଇ, ଡିପ୍ଲୋମା କଲେଜ – ପ୍ରଥମ, ବଳରାମ ନାଏକ, ଭୈରବୀ ଡିଗ୍ରୀ କଲେଜ, ପୁରୁଣାକଟକ – ଦ୍ଵିତୀୟ, ଅର୍ଚ୍ଚନା କର୍ଣ୍ଣ, ମଡେଲ ଡିଗ୍ରୀ କଲେଜ – ତୃତୀୟ ଏବଂ ପ୍ରୋଫେସନାଲ ଆର୍ଟିଷ୍ଟ୍ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁନୀଲ ଭୋଇ, ବଡ ରାହାଜୋର, କଣ୍ଟାମାଳ – ପ୍ରଥମ, ରିପନ୍ ପରିଛା, କଣ୍ଟାମାଳ – ଦ୍ଵିତୀୟ, ସରୋଜ ରଣା, ବନ୍ଧାପଥର – ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ବିଚାରକ ଭାବେ ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ, ଲକ୍ଷ୍ମୀପଦର ଉ ପ୍ରା ବିଦ୍ୟାଳୟ, ସ୍ଵସ୍ତିକା ବିଶି, ବଲାସିଙ୍ଗା ଉ ପ୍ରା ବିଦ୍ୟାଳୟ, ଗୋପାଳ ଅମାତ, ସହକାରୀ ଶିକ୍ଷକ, ଶଙ୍କର ସିଂ, ରଜତ ଦାନୀ ଯୋଗ ଦେଇ ସହଯୋଗ କରିଥିଲେ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930