Indus Valley Times

ହରଭଙ୍ଗା ବ୍ଲକ ଉପାଧକ୍ଷଙ୍କ ମା’ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ତଦନ୍ତ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲା ବିଜେଡି

 Breaking News

ହରଭଙ୍ଗା ବ୍ଲକ ଉପାଧକ୍ଷଙ୍କ ମା’ଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ତଦନ୍ତ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲା ବିଜେଡି

January 18
11:01 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧ : ସାଧାରଣ ନିରୀହ ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଦୁର୍ନୀତି ମୁକ୍ତଶାସନ ର ସ୍ଲୋଗାନ ଦେଈ କ୍ଷମତାକୁ ଆସିଥିବା ବିଜେପି ହରଭଙ୍ଗା ମଣ୍ଡଳ ସଭାପତି ତଥା ହରଭଙ୍ଗା ବ୍ଲକ ଉପାଧକ୍ଷ କାହ୍ନୁ ଚରଣ ନାଥ ଚଞ୍ଚକତା କରିନିଜ କ୍ଷମତାର ଅପପ୍ରୟୋଗ କରି କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହତବାରିସୀ କରି ନିଜ ମା ପୁଷ୍ପଲତା ନାଥଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ସହ ଚଳିତ ୦୮ନଭେମ୍ବର ୨୦୨୪ ରିଖରେ ପ୍ରଥମ କିସ୍ତି ଟଙ୍କା ପାଇସାରିଛନ୍ତି ।
ଏ ସମ୍ପର୍କରେ ଅଞ୍ଚଳବାସୀ ୨୧ନଭେମ୍ବର ୨୦୨୪ ରିଖ ହରଭଙ୍ଗାବିଡ଼ିଓଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ଏ ଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।
ଏହାପରେ ଆଜି ବିଜୁ ଜନତାଦଳର ଯୁବନେତା ଅବକାଶ ସାହୁ ସଞ୍ଜୟ ଦେହୁରୀ ଟୁକୁନା ପ୍ରଧାନ ଅର୍ଜୁନ ସାହୁ ଜୟନ୍ତ ଦେହୁରୀ ପ୍ରମୁଖ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟ ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ପୂର୍ବରୁ ତତ୍କାଳୀନ ବିଡ଼ିଓ ରବୀନ୍ଦ୍ର ଶତପଥି ଏବଂ ଆଉ ଏକ ଘଟଣାରେ ଗ୍ରାମରୋଜଗାର ସେବକ କ୍ଷୀରୋଦ ମହାପାତ୍ର କାର୍ଯ୍ୟରୁ ନିଳମ୍ବନ ହୋଇ ସାରିଛନ୍ତି ।
ଏହାପରେ ମଧ୍ୟ ପରେ କିଭଳି ହରଭଙ୍ଗା ବ୍ଲକ କର୍ତୃପକ୍ଷ ଏଭଳି ଅନିୟମିତତା କରିବାର ଦୁଃସାହସ କରୁଛନ୍ତି ଏ କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟ ହିତାଧିକାରୀ ପୁଷ୍ପଲତା ନାଥ ଙ୍କ ସ୍ୱାମୀ ସ୍ୱର୍ଗତ ପ୍ରଫୁଲ୍ଲ ନାଥ ଜଣେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ । ଏବଂ ଉଭୟ ପୁଷ୍ପଲତା ଓ ପ୍ରଫୁଲ୍ଲ ନାଥଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ନିଜେ ବ୍ଲକ ଉପାଧକ୍ଷ କାହ୍ନୁଚରଣ ନାଥ ।
ଏତଦବ୍ୟତୀତ କାହ୍ନୁଚରଣଙ୍କ ଧର୍ମପତ୍ନୀ ରୀନାରାଣୀ ପଣ୍ଡାଙ୍କ ନାମରେ OD27B2397 ନମ୍ବର ବିଶିଷ୍ଟ ଏକ ଜେସିବି ଗାଡି ମଧ୍ୟ ଅଛି । କାହ୍ନୁଚରଣ ଓ ତାଙ୍କ ମା ରହୁଥିବା କୋଠାଘରର ଜମି ପଟ୍ଟା ମା ପୁଷ୍ପଲତା ନାଥ ଙ୍କ ନାମରେ ଅଛି ।
ଏବଂ ଭୋଟର ତାଲିକାରେ ପୁଷ୍ପଲତା ନାଥ କାହ୍ନୁଚରଣ ନାଥ ରୀନାରାଣୀ ପଣ୍ଡା ସମସ୍ତଙ୍କ ଘରନମ୍ବର ୧୪୬ବୋଲି ଉଲ୍ଲେଖ ରହିବା ସହ ପୁଷ୍ପଲତାଙ୍କ ସ୍ୱାମୀଙ୍କ ନାମ ପ୍ରଫୁଲ୍ଲ ନାଥ ବୋଲି ଉଲ୍ଲେଖ ଅଛି ।
ଏତେ ସବୁ ପ୍ରମାଣ ଥାଇ ମଧ୍ୟ ତାଙ୍କ ମାଙ୍କ ନାମରେ ଘର ଆସିବା ଏବଂ ତାଙ୍କ ଇଣ୍ଡିଆନବ୍ୟାଙ୍କ ଜମା ଖାତାକୁ ପଇସା ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ଭାତ ହାଣ୍ଡିରୁ ଗୋଟିଏ ସଦୃଶ ଏଇଥିରୁ ଜଣା ପଡୁଛି ଏହି ସରକାର ର ଅସଲ ଗତି କେଉଁ ଆଡ଼କୁ??
. ଜିଲ୍ଲାପାଳ ୧୫ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମିତ୍ତ ଏବଂ ଘଟଣାର ତୁରନ୍ତ ତଦନ୍ତ ନିମିତ୍ତ ସିଡିଓ ପ୍ରଭାସ ଦଣ୍ତସେନାଙ୍କୁ ନିର୍ଦେଶ ପ୍ରଦାନ କରିଥିବା ଅଭିଯୋଗ କାରୀ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31