Indus Valley Times

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

 Breaking News

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
July 09
19:37 2026

ଭୁବନେଶ୍ୱର, ୯/୭: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ।
ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଓଏସ୍‌ୱାନ୍ (ଙଝଡଇଘ) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ୨୦୨୭ ନିର୍ବାଚନ ପାଇଁ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ବିସ୍ତୃତ ଆଲୋଚନା ହେବ।
ବିଶେଷ କରି ଘରକୁ ଘର ବୁଲି ହେବାକୁ ଥିବା ଡୋର୍-ଟୁ-ଡୋର୍ (ଊ୨ଊ) ସର୍ଭେର ରୂପରେଖା, କାର‌୍ୟ୍ୟପଦ୍ଧତି ଓ ସମୟସୀମା ନେଇ ସମୀକ୍ଷା କରାଯିବ।
ଏହାଛଡ଼ା, ୨୦୨୨ ପୌର ନିର୍ବାଚନ ସମ୍ବନ୍ଧୀୟ ବକେୟା ଡିସି ବିଲ୍ ଏବଂ ଉପଯୋଗ ପ୍ରମାଣପତ୍ର (ୟୁଟିଲାଇଜେସନ ସାର୍ଟିଫିକେଟ୍) ଦାଖଲର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯିବ।
ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହାର ମଧ୍ୟ ହିସାବ ନିଆଯିବ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ ଅଫିସର (ଋଜଙ), ଆସିଷ୍ଟାଣ୍ଟ ଋଜଙ ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ମଧ୍ୟ ଯୋଗଦେବେ। ସମସ୍ତେ ନିଜ ନିଜ ଜିଲ୍ଲାର ଓଏସ୍‌ୱାନ୍ କେନ୍ଦ୍ରରୁ ଭର୍ଚୁଆଲ୍ ବୈଠକରେ ସାମିଲ ହେବେ।
ରାଜ୍ୟ ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପକୁ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ବଡ଼ ଆରମ୍ଭ ବୋଲି ଦେଖାଯାଉଛି।
ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ମାଧ୍ୟମରେ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ନିର୍ବାଚନ କରିବା ଉପରେ କମିଶନ ଗୁରୁତ୍ୱ ଦେଉଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31