Indus Valley Times

୭୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ପକ୍କାଘର ସାତ ସପନ ; ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ପାଇଁ ରବୀନ୍ଦ୍ରଙ୍କ ଆକୁଳ ନିବେଦନ

 Breaking News

୭୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ପକ୍କାଘର ସାତ ସପନ ; ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ପାଇଁ ରବୀନ୍ଦ୍ରଙ୍କ ଆକୁଳ ନିବେଦନ

୭୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପାଇଁ ପକ୍କାଘର ସାତ ସପନ ; ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ପାଇଁ ରବୀନ୍ଦ୍ରଙ୍କ ଆକୁଳ ନିବେଦନ
October 24
19:50 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୧୦ : ଗରିବ, ଅସହାୟ ଓ ଆର୍ଥିକ ଦୁର୍ବଳ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ତଥା ସେମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଉଛି।
ତେବେ ଏହି ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଖୋରଧା ବ୍ଲକ ଅନ୍ତର୍ଗତ କଁପୁର ଗ୍ରାମ ପଞ୍ଚାୟତର ଦଳେଇ ସାହିର ୭୦ ପ୍ରତିଶତ ଦିବ୍ୟାଙ୍ଗ ରବୀନ୍ଦ୍ର ପ୍ରଧାନଙ୍କ ପାଇଁ ପକ୍କାଘର ଏବେ ବି ସାତ ସପନ ହୋଇ ରହିଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ଘର ମିଳିନଥିବା ଅଭିଯୋଗ ହୋଇଛି।
ସ୍ୱର୍ଗତ ଗୋପୀନାଥ ପ୍ରଧାନଙ୍କ ପୁଅ ରବୀନ୍ଦ୍ର ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗ। ତାଙ୍କ କହିବା ଅନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଖଣ୍ଡିଏ ପାଇବା ଆଶାରେ ସେ ବାରମ୍ବାର ଖୋରଧା ବ୍ଲକ କାର୍ଯ୍ୟାଳୟ ସମେତ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ହେଲେ ତାଙ୍କ ଆବେଦନର କୌଣସି ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଜଣେ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ କରିବା ଦିଗରେ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ ରବୀନ୍ଦ୍ରଙ୍କ ପରିବାର ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛି। ମାସିକ ମାତ୍ର ୧୨୦୦ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଓ ରାସନ କାର୍ଡ ମାଧ୍ୟମରେ ମିଳୁଥିବା ଚାଉଳ ହିଁ ତାଙ୍କ ପରିବାରର ମୁଖ୍ୟ ସମ୍ବଳ। ପରିବାରର ଗୁଜୁରାଣ ମେଣ୍ଟାଇବା ସହ ପୁଅର ଲାଳନପାଳନ ପାଇଁ ତାଙ୍କ ମାଆ ପର ଘରେ ବାସନ ମାଜିବା କାମ କରୁଥିବା ଗ୍ରାମବାସୀଙ୍କଠାରୁ ଜଣାପଡ଼ିଛି।
ସୀମିତ ଆୟରେ ପରିବାର ଚଳାଇବା ସହ ଦିବ୍ୟାଙ୍ଗ ପୁଅର ଆବଶ୍ୟକତା ପୂରଣ କରିବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।
ଏଭଳି ପରିସ୍ଥିତିରେ ରବୀନ୍ଦ୍ରଙ୍କୁ ୩୫ କିଲୋ ଚାଉଳ, ପକ୍କାଘର ଖଣ୍ଡିଏ ଏବଂ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ତାଙ୍କ ମାଆ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନଙ୍କୁ ଆକୁଳ ନିବେଦନ କରିଛନ୍ତି।
ଏଥିସହ ଦିବ୍ୟାଙ୍ଗମାନଙ୍କୁ ମିଳୁଥିବା ମାସିକ ଭତ୍ତା ୧୨୦୦ ଟଙ୍କାରୁ ବୃଦ୍ଧି କରି ୩୫୦୦ ଟଙ୍କା କରିବାକୁ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି।
ସରକାରୀ ଯୋଜନାର ଉଦ୍ଦେଶ୍ୟ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ଅସହାୟ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରିବା। ତେଣୁ ରବୀନ୍ଦ୍ରଙ୍କ ଆବାସ ଯୋଜନାରେ ଯୋଗ୍ୟତା, ଆବେଦନର ସ୍ଥିତି ଓ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଯାଞ୍ଚ କରି ନିୟମ ଅନୁଯାୟୀ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି। ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମୌଳିକ ଆବାସ ସୁବିଧା ଯୋଗାଇଦେବା ଦିଗରେ ଖୋରଧା ବ୍ଲକ ଓ ଜିଲ୍ଲା ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031