Indus Valley Times

ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ

 Breaking News

ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ

ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ
April 20
11:29 2026

କଟକ, ୨୦/୪ : ଆଜି ଆମ ଓଡ଼ିଆଙ୍କ ମୁଖ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ।
ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ଏହି ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଖି ମୁଠି ଅନୁକୂଳ କରିଛନ୍ତି।
ଏହାପରେ ମୁଖ୍ୟମନ୍ତ୍ରୀ ଜମିରେ ହଳ କରିଥିଲେ। ଏହାସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ ମଧ୍ୟ କରିଥିଲେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ।
ସେହିପରି ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପାଳନ କରାଯିବ ରାଜ୍ୟସ୍ତରୀୟ କୃଷକ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗ ଦେବେ। ଯେଉଁଥିରେ ପ୍ରାୟ ପାଞ୍ଚ ହଜାର କୃଷକ ଯୋଗ ଦେବେ।
ଏହି ଅବସରରେ ଯୋଗ୍ୟ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ରାଶି ବଣ୍ଟନ କରିବେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031