Indus Valley Times

ଅନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳିତ

 Breaking News

ଅନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳିତ

ଅନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳିତ
March 22
11:07 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୨/୩ : ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସମବାୟ ସଂସ୍ଥା ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗୁଡିକ ଉପରେ ଆଲୋକପାତ କରିବା ପାଇଁ ମିଳିତ ଜାତିସଙ୍ଘ ୨୦୨୫ କୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବରେ ଘୋଷଣା କରିଛି।
ଯାହାର ବିଷୟବସ୍ତୁ ହେଉଛି ” ଏକ ଉନ୍ନତ ବିଶ୍ୱ ଗଠନ କରିବାରେ ସମବାୟ ସଂସ୍ଥାର ଭୂମିକା ” । ଏହି ଅବସରରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନହଲ ଠାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା।
କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାରଥୀ ଶତପଥି ଅତିଥି ମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି, ଅଭିଷେକ ସିଂ ସାମନ୍ତ ଏହି ବୈଠକରେ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସମବାୟ ସମିତି ଗୁଡିକର ଗୁରୁତ୍ୱପୂର୍ଣ ଭୂମିକା ରହିଛି ଏବଂ ଜନକୈନ୍ଦ୍ରିକ ତଥା ଆତ୍ମନିର୍ଭରଶୀଳ ସମବାୟ ଉଦଯୋଗ ଉପରେ ଧ୍ୟାନ ଦେଇ ସ୍ଥାୟୀ ବିକାଶ ଲକ୍ଷକୁ ପ୍ରୋତ୍ସାହିତ କରିବା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟମରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧାର ଅତିରିକ୍ତ ଜ଼ିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ନିଜ ବକ୍ତବ୍ୟରେ କହିଥିଲେ, ସମବାୟ ସଂସ୍ଥା ଗୁଡିକୁ ସଂଗଠନ ଓ ଉଦଯୋଗ ଭାବେ ସ୍ୱୀକୃତି ମିଳିଛି, ଯାହା ମାଧ୍ୟମରେ ନାଗରିକ ମାନେ ନିଜ ସମ୍ପ୍ରଦାୟ ଏବଂ ରାଷ୍ଟ୍ରର ଅର୍ଥନୀତି, ସାମାଜିକ, ସଂସ୍କୃତିକ ଏବଂ ରାଜନୈତିକ ପ୍ରଗତିରେ ଯୋଗଦାନ ଦେଇ ନିଜ ଜୀବନକୁ ପ୍ରଭାବି ଢଙ୍ଗରେ ଉନ୍ନତ କରିପାରିବେ।
ସମବାୟ ଆନ୍ଦୋଳନ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ଏବଂ ପ୍ରମୁଖ ଅଂଶୀଧାର ଭାବରେ ମଧ୍ୟ ସ୍ୱୀକୃତି ପାଇଛି। ସମବାୟ ଯୁକ୍ତ ସଦସ୍ୟତା, ମଡେଲ ସମ୍ପଦ ସୃଷ୍ଟି ଏବଂ ଦରିଦ୍ୟ ଦୂରୀକରଣ ପାଇଁ ସୁବିଧା ପ୍ରଦାନ କରିଥାଏ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ, ଖୋର୍ଦ୍ଧା ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ରୂପ ଶ୍ରୀ ରାଣୀ ଗୁମାନ ସିଂ, ଖୋର୍ଦ୍ଧା ଜ଼ିଲ୍ଲା ବିଜେପି ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ଜ଼ିଲ୍ଲା ସମବାୟ ନିବନ୍ଧକ ଅଳକାନନ୍ଦା ଜେନା, ସହକାରୀ ସମବାୟ ନିବନ୍ଧକ, ଭୁବନେଶ୍ୱର ଲଳିତ କୁମାର ବିଶ୍ୱାଳ, ପ୍ରିୟବ୍ରତ ପଣ୍ଡା, ଅତିରିକ୍ତ ସହକାରୀ ନିବନ୍ଧକ ଖୋର୍ଦ୍ଧା ଉର୍ମିଳା ଦାଶ, ଭାଗବତ ମାରାଣ୍ଡି, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସମସ୍ତ ନିର୍ଦ୍ଦେଶକ ଏବଂ ସମସ୍ତ ସେବା ସମବାୟ ସଂସ୍ଥାର ସଭାପତି ଓ ସମ୍ପାଦକ ପ୍ରମୁଖ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031