Indus Valley Times

ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ୍ ସିଲାଟ ଲିଗ୍ ଇଷ୍ଟ ଜୋନର ଚମ୍ପିୟାନସିପ ଅନୁଷ୍ଠିତ

 Breaking News

ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ୍ ସିଲାଟ ଲିଗ୍ ଇଷ୍ଟ ଜୋନର ଚମ୍ପିୟାନସିପ ଅନୁଷ୍ଠିତ

ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ୍ ସିଲାଟ ଲିଗ୍ ଇଷ୍ଟ ଜୋନର ଚମ୍ପିୟାନସିପ ଅନୁଷ୍ଠିତ
February 04
12:01 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର. ୪/୨: ଅସ୍ମିତା ଖେଲୋ ଇଣ୍ଡିଆ ପେଞ୍ଚାକ ସିଲଟ ଲିଗ୍ ଇଷ୍ଟ ଜୋନ ର ଚମ୍ପିୟାନସିପ ଜାନୁଆରୀ ୩୧ତାରିଖ ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ବିଲାସପୁର ର ବହତ୍ତରାଇ ଠାରେ ଥିବା ଲେଟ ପି ଆର ଯାଦବ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଇଷ୍ଟ ଜୋନ ର ପାଞ୍ଚୋଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ,ଛତିଶଗଡ,ୱେଷ୍ଟ ବେଙ୍ଗଲ ଏବଂ ବିହାର ଅଂଶଗ୍ରହଣ କରିଥିଲେ।
ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବାଳିକା ଏହି ଚମ୍ପିୟାନସିପ ରେ ଅଂଶ ଗ୍ରହଣ କରିଥିଲେ।ଓଡ଼ିଶାରୁ ୭୫ ଜଣ ଝିଅ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସବ୍ ଜୁନିୟର ରେ ବଲାଙ୍ଗିର ପେଞ୍ଚାକ୍ ସିଲଟ ଆସୋସିଏସନ୍ ର ଝିଅ କ୍ରିତିକା ଅଗ୍ରୱାଲ ଅଂଶଗ୍ରହଣ କରି ତୁଙ୍ଗଲ ରେ ରୌପ୍ୟ ପଦକ ସହ ୪୦୦୦ ଟଙ୍କାର ଚେକ୍ କେସ ଏୱାର୍ଡ ହାସଲ କରିଥିଲେ।
ଗୁରୁ ପ୍ରଶାନ୍ତ ପାତ୍ର ଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପେଂଚାକ ସିଲଟ ଆସୋସିଏସନ୍ ର ମାତ୍ର ଜଣେ ଝିଅ ଅସ୍ମିତା ଖେଲୋ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିର ର ଗର୍ବ ଗୌରବ ଅକ୍ଷୁର୍ଣ୍ଣ ରଖିଥିଲେ।
କ୍ରିତିକା ଙ୍କ କୃତିତ୍ୱ ପାଇଁ ତାଙ୍କର ଶୁଭେଚ୍ଛୁ,ପରିବାର,ବନ୍ଧୁ ବର୍ଗ ଏବଂ ବଲାଙ୍ଗିର ପେଂଚାକ୍ ସିଲଟ ଆସୋସିଏସନ୍ ର ସଭାପତି ମହେନ୍ଦ୍ର କୁମାର ଦର୍ଜି ଙ୍କ ସହ ଆସୋସିଏସନ୍ ର ସମସ୍ତ ଛାତ୍ର ଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930