Indus Valley Times

ଆଇଆଇଟି ଜାମରେ ଉତ୍ତିର୍ଣ୍ଣ ହେଲେ ଅଭିଷେକ

 Breaking News

ଆଇଆଇଟି ଜାମରେ ଉତ୍ତିର୍ଣ୍ଣ ହେଲେ ଅଭିଷେକ

ଆଇଆଇଟି ଜାମରେ ଉତ୍ତିର୍ଣ୍ଣ ହେଲେ ଅଭିଷେକ
April 13
12:22 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୪ : ବୌଦ୍ଧ ସହରର ପୁରୁଷତ୍ତମ ବିହାର ନିବାସୀ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟେରେ ରସାୟନ ବିଜ୍ଞାନର ଶେଷବର୍ଷ ଛାତ୍ର ଅଭିଷେକ ଦାଶ ଆଇଆଇଟି ସ୍ମାତକୋତ୍ତର ଜାମ ପ୍ରବେଶିକା ପରିକ୍ଷାରେ କୃତକାର୍ଯ୍ୟ ହୋଇ ବୌଦ୍ଧ ପାଇଁ ଗୌରବ ଆଣି ପାରିଛନ୍ତି । ସେ ସର୍ବ ଭାରତୀୟ ସ୍ତରରେ ୨୧୮୩ ରେଙ୍କରେ ରହିଛନ୍ତି ।
ସେ ବୌଦ୍ଧ ସହର ନିବାସୀ ଜନ୍ମେଜୟ ଦାଶ ଓ ମାତା କାଦମ୍ବିନୀ ଯୋଷୀଙ୍କ ପୁତ୍ର ଅଟନ୍ତି । ସେ ବୌଦ୍ଧ ଶିଶୁ ମନ୍ଦିରରେ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଲାଭ କରିବାପରେ ଫୁଲବାଣୀ ମହାବିଦ୍ୟାଳୟରେ ରସାୟନ ବିଦ୍ୟାଳୟରେ ଅଧ୍ୟୟନ ଅଛନ୍ତି । ଏହି ପରିକ୍ଷାର ପ୍ରସ୍ତୁତି ପାଇଁ ସେ ଅଧିକ ପରିଶ୍ରମ ସାଙ୍ଗକୁ ନିଜର ମୁଲ୍ୟବାନ ସମୟକୁ ଅଧ୍ୟୟନରେ ବିନିଯୋଗ କରି ଏହି ସଫଳତା ପାଇ ପାରିଛନ୍ତି ।
ଏଥିସହ ନିଜର ଶିକ୍ଷକ ଓ ପିତା ମାତାଙ୍କ ଆଶିର୍ବାଦ ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ôଚବା ପାଇଁ ଅନୁପ୍ରାଣିତ କରିଥିଲା । ଭବିଷ୍ୟତରେ ସେ ଜଣେ ଅଧ୍ୟପକ ହେବାପାଇଁ ମନ କରିଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସହରର ବିଭିନ୍ନ ମହଲରୁ ବିଦ୍ୟାଳୟ ତଥା ସହପାଠୀ ମହଲରୁ ଶୁଭେଛା ଜଣାଇଛନ୍ତି ।
ବୌଦ୍ଧରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଇଦ୍ ପର୍ବ ପାଳିତ
ବୌଦ୍ଧ,୧୩/୪ : ବୌଦ୍ଧ ଜିଲ୍ଲା ରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଇଦ୍ ପର୍ବ ପାଳିତ ହୋଇଯାଇଛି । ଜାମିଆ ମସଜିଦ କମିଟି ପକ୍ଷରୁ ସ୍ଥାନୀୟ ଜାମିଆ ମସଜିଦ ଠାରେ ପାଳନ ହୋଇଛି ଇଦ୍ ।
ମସଜିଦ ର ପେଶୀମାମ ହାଫିଜ୍ ସାହାବୁଦ୍ଦିନ ମସଜିଦ ରେ ଶତାଧିକ ମୁସଲମାନ ଭାଇ ଙ୍କୁ ନମାଜ ପାଠ କରାଇଛନ୍ତି । ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ ରମଜାନ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି ।
ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା ଦେଶରେ ପାଳନ ହେଉଛି ଇଦ୍। ଇଦ୍ ପାଳନ ପାଇଁ ବୌଦ୍ଧ ଜିଲ୍ଲାର ଇସଲାମ ଧର୍ମାବଲମ୍ବି ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢ଼ିଛନ୍ତି । ତେବେ ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ପବିତ୍ର ରମଜାନ ମାସ ।
ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ,ଭଉଣୀମାନେ ସୂର‌୍ୟ୍ୟଦୋୟ ପୂର୍ବରୁ ଏବଂ ସୂର‌୍ୟ୍ୟାସ୍ତ ପରେ ଖାଇଥାନ୍ତି ଏବଂ ଦିନସାରା ଉପବାସ କରିଥାନ୍ତି । ୩୦ ଦିନ ଉପବାସ କରିବା ପରେ ଫଳସ୍ୱରୁପ୍ ଆଜି ଇଦ୍ ପାଳନ ହୋଇଛି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ନମାଜ ପାଠ କରିଛନ୍ତି ।
ତେବେ ଆଜି ଇଦ୍ ପର୍ବ ଉପଲକ୍ଷେ ବୌଦ୍ଧ ମୁସଲିମ ବସ୍ତି ଉତ୍ସବ ମୁଖର ଥିବା ବେଳେ ଘରେ ଘରେ ଭଲ ଭଲ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ଘର ର ଆବଳ ବୃଦ୍ଧ ବନିତା ସମସ୍ତେ ନୂତନ ପୋଷାକ ପିନ୍ଧି ପରସ୍ପରକୁ ଆଲିଙ୍ଗନ କରି ମିଳି ମିଶି ଏହି ପର୍ବ ପାଳନ କରିଛନ୍ତି । ତେବେ ଆଜିର ଇଦ୍ ନମାଜ ରେ ସଭାପତି ଅବଦୁଲ କଲିମ ଖାନ୍, ସମ୍ପାଦକ ଜାହିର ଖାନ୍, ଅବଦୁଲ ମହସିନ ଖାନ୍, ସର୍ଫୁଦିନ ଖାନ୍, ସାବିର ଖାନ୍, ସାହିଦ୍ ଖାନ୍, ଲିଆକତ ଅଲ୍ଲୀ, ନିଉଦ୍ଧିନ ଖାନ୍, ନିଯାର ଖାନ୍, ଅବଦୁଲ ସଲାମ, ଅବଦୁଲ ରହିମ, ନୀୟାଜ୍ ହୁସେନ, ଫାୟାଜ୍ ହୁସେନ, ଶେଖ୍ ସମିଉଲ୍ଲା, ଶେଖ୍ ଶାହାଜାହାନ, ଶେଖ୍ ଆୟାନ୍, ଆଝା ରୁଦ୍ଧିନ ଖାନ୍, ମୁଶୱିର ଖାନ୍, ମୁଜକ୍କିର ଖାନ୍, ମୋଇଜ ଖାନ୍ ଙ୍କ ସମତେ ଶତାଧିକ ମୁସଲମାନ ଭାଇ ସାମିଲ ହୋଇଛନ୍ତି ।

ବୈାଦ୍ଧରେ ଅବହେଳିତ ବୈାଦ୍ଧ କିର୍ତ୍ତୀରାଜି
ବୌଦ୍ଧ,୧୩/୪ : ସାରା ଭାରତ ବର୍ଷରେ ବୌଦ୍ଧ ଏଭଳି ଏକ ଜିଲ୍ଲା ଯାହାକି ଭଗବାନ ବୁଦ୍ଧଙ୍କ ନାମରେ ନାମିତ ହୋଇଛି ଏହି ଜିଲ୍ଲା । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ପ୍ରାଚୀନ ବୌଦ୍ଧ ଗଡଜାତ ବା ଆଜିର ଆଧୁନିକ ବୈାଦ୍ଧଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରାଚୀନ ବୈାଦ୍ଧ କିର୍ତ୍ତିରାଜି ଶୋଭାପାଉଛି ।
ହଜାର ହଜାର ବର୍ଷ ପୂର୍ବେ ନିର୍ମିତ ଏହି ବିରଳ ସ୍ଥାପତ୍ୟ ଗୁଡିକ ଆମକୁ ଆମର ଅତିତର ଗୈାରବମୟ ଇତିହାସ ସଂପର୍କରେ ସଚେତନ କରିବା ସହ ଏସବୁ କିର୍ତ୍ତୀରାଜି ରୁ ବ୍ୟାପକ ପର୍ଯ୍ୟଟନର ବିକାଶର ସମ୍ଭାବନାର ଉତ୍ସ ଗୁଡିକୁ ବିକଶିତ କରି ବିକାଶର ଏକ ନୂତନ ପର୍ଯ୍ୟାୟର ଶୁଭାରମ୍ଭ କରିବା ପାଇଁ ପ୍ରେରଣା ଦେଇଛି । ସେହି ମଧ୍ୟରୁ ବୌଦ୍ଧସହର ରାଜବାଟୀ ଠାରେ ଥିବା ବିଶାଳ ବୁଦ୍ଧ ପ୍ରତିମୂର୍ତ୍ତି, ହରଭଙ୍ଗା ବ୍ଲକର ଶ୍ୟାମ ସୁନ୍ଦରପୁର ଓ ପରଗଲପୁର ଠାରେ ରହିଛି ପ୍ରାଚୀନ ବୌଦ୍ଧ କୀର୍ତୀରାଜୀ । ଭଗବାନ ବୁଦ୍ଧ ବୌଦ୍ଧ ର ଜାତୀୟତାର ପ୍ରତୀକ ।
ବୌଦ୍ଧ ର ସାମାଜିକ ସଂସ୍କୃତି ଓ ଧର୍ମ ଧାରର ମୂଳ ହେଉଛନ୍ତି ଭଗବାନ ବୁଦ୍ଧ । ବୌଦ୍ଧର ସ୍ଥାନୀୟ ଧର୍ମଧାରା ଓ ସାଧୁ ସଂନ୍ଥ ମାନଙ୍କର ଆଦର୍ଶର ମୂଳ ହେଉଛନ୍ତି ଭଗବାନ ବୁଦ୍ଧଙ୍କ ପ୍ରକାଶିତ ସତ୍ୟ ଓ ଅହିସାଂର ମାର୍ଗ । ଭଗବାନବୁଦ୍ଧଙ୍କନାମରେ ନାମିତ ବୈାଦ୍ଧଜିଲ୍ଲା ଅତୀତ ରୁ ଆଜିପର୍ଯ୍ୟନ୍ତ ଭଗବନବୁଦ୍ଧ ଙ୍କ ନାମରେ ପରିଚିତ ହୋଇଆସିଛି । ଭଗବାନ ବୁଦ୍ଧଙ୍କୁ କେନ୍ଦ୍ରକରି ଏ ଅଞ୍ଚଳ ସାମାଜିକ ସାଂସ୍କୃତି ପରମ୍ପରା ଗଢିଉଠିଛି ।
ବୈାଦ୍ଧସହର ରାଜବାଟୀ ଠାରେ ୬ ଫୁଟ ୯ ଇଂଚର ଭଗବାନ ବୁଦ୍ଧଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଭୂମିସ୍ପର୍ଶ ମୁଦ୍ରାରେ ଏକ ପଦ୍ମଫୁଲ ଉପରେ ବସି ଶୋଭାପାଉଛି । ଏହି ପ୍ରତିମୂର୍ତ୍ତୀ ଟି ଏଠାରେ ସମ୍ରାଟ ଅଶୋକଙ୍କ ସମୟରେ ନିର୍ମିତ ଏକ ବିଶାଳ ବୈାଦ୍ଧମନ୍ଦିରର ଏକ ଅଂଶ ଅଟେ ବୋଲି ଏ÷ାତିହାସିକ ମାନେ ମତବକ୍ତ୍ୟ କରନ୍ତି । ପ୍ରତ୍ନତତ୍ତ୍ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇ ରକ୍ଷଣାବେକ୍ଷଣ ନାମରେ ମନ୍ଦିରର ବାହାର ପାଚେରୀ ବେଢାକୁ ସୁନ୍ଦର ଭାବରେ ସଜ୍ଜିତକରିଛନ୍ତି । ଅଥଚ ଭଗବାନ ବୁଦ୍ଧ ବିରାଜମାନ କରିଥିବା ମନ୍ଦିରଟିର ଅବସା୍ଥ ଅତି ଦୟନିୟ ।
ମନ୍ଦିରର କାନ୍ଥ ଅତିଦୁର୍ବଳ ଓ ମନ୍ଦିରର ଗୃହଟିର ଅବସ୍ଥା ଅତି ଦୟନିୟ ହୋଇଗଲାଣି । ସହରର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ, ବିବାହ କାର୍ଯ୍ୟକ୍ରମ ଗୁଡିକ ଏଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଆରମ୍ଭ କରାଯାଇଥାଏ ।
ଜନସାଧାରଣଙ୍କ ବିଶ୍ୱାସ ରହିଛି ଏଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେଲେ କାର୍ଯ୍ୟକ୍ରମରେ କୌଣସି ବିଘ୍ନ ଘଟିନଥାଏ । ଆଗେ ଲୋକେ ଭଗବାନ ବୁଦ୍ଧଙ୍କୁ ବୁଢାରାଜା ଭାବରେ ପୂଜା କରୁଥିଲେ ।
ବୈାଦ୍ଧରେ ଆଜି ଭଗବାନ ବୁଦ୍ଧଙ୍କର ପବିତ୍ର ପୀଠ ଗୁଡିକ ଅବହେଳିତ ଅବସ୍ଥା ରେ ପଡିରହିଛି । ଏହି ପୀଠ ଗୁଡିକର ବିକାଶ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930