Indus Valley Times

ଆଉ ଏକ ବାତ୍ୟା ଭୟ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

 Breaking News

ଆଉ ଏକ ବାତ୍ୟା ଭୟ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଆଉ ଏକ ବାତ୍ୟା ଭୟ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
November 02
11:44 2024

ଭୁବନେଶ୍ୱର, ୨/୧୧ : ଗତ ମାସରେ ଆସିଥିବା ସାମୁଦ୍ରିକ ଝଡ ‘ଦାନା’ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ନଭେମ୍ବର ମାସରେ ଆଉ ଏକ ବାତ୍ୟାର ସୃଷ୍ଟି ନେଇ ଆଶା ଆଶଙ୍କା ଲାଗିରହିଛି। ତେବେ ବର୍ତ୍ତମାନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ। ଆସନ୍ତା ଏକ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନାହିଁ। ରାଜ୍ୟରେ ନଭେମ୍ବର ୩ରୁ ୫ ତାରିଖ ପର‌୍ୟ୍ୟନ୍ତ ଶୁଖିଲା ପାଗ ରହିବା ସହିତ ୬ ଓ ୭ ତାରିଖରେ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନ ଗୁଡିକରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ରାଜଧାନୀ ତଥା କଟକରେ ଏବେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ନେଇଛି। ତେବେ ରାଜଧାନୀରେ ଦୁଇ ଦିନ ଧରି ଦୀପାବଳି ପାଳନ ପରେ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ରାଜଧାନୀର ଏଆର କ୍ୱାଲିଟି ଇନଣ୍ଡେକ୍ସରେ ପ୍ରଦୂଷଣର ମାତ୍ର ବୃଦ୍ଧି ପାଇଛି। ଦୀପାବଳି ପୂର୍ବରୁ ଏଆର କ୍ୱାଲିଟି ଇନଣ୍ଡେକ୍ସ ୩୬-୩୭ ରହୁଥିବା ଏବେ ଦୀପାବଳି ପରେ ଏହା ୨୦୦ ପାର କରିଯାଇଛି। ବାୟୁ ପ୍ରଦୂଷଣ ସହ ଏବେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ଦୃଶ୍ୟମାନ କ୍ଷମତା କମିଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031