Indus Valley Times

ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର; ବଦଳିଛି ବର୍ଷ ୨୦୨୫, ନୂଆ ଆଶା ନେଇ ଆସିଛି ନୂଆବର୍ଷ ୨୦୨୬

 Breaking News

ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର; ବଦଳିଛି ବର୍ଷ ୨୦୨୫, ନୂଆ ଆଶା ନେଇ ଆସିଛି ନୂଆବର୍ଷ ୨୦୨୬

ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର; ବଦଳିଛି ବର୍ଷ ୨୦୨୫, ନୂଆ ଆଶା ନେଇ ଆସିଛି ନୂଆବର୍ଷ ୨୦୨୬
January 01
18:57 2026

ଭୁବନେଶ୍ୱର, ୧/୧: ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୫। ୨୦୨୫ରେ ଘଟିତ ଅସୁମାରୀ ଘଟଣାବଳୀର ତିକ୍ତ, ମଧୁର ସ୍ମୃତି-ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା-ବିଫଳତାର ଚିତ୍ର, ସଂଘର୍ଷ ଓ ସଂଗ୍ରାମର ନିଷ୍ଠୁର ବାସ୍ତବତା ପରେ ଆସିଛି ନୂଆବର୍ଷ। ଆଜି ହେଉଛି ୨୦୨୬ର ପ୍ରଥମ ଦିନ। ତାରିଖ ପରେ ତାରିଖ ବଦଳି ଶେଷରେ ଆଜି କ୍ୟାଲେଣ୍ଡର ବଦଳିଯାଇଛି। ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର। ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସିଛି ଇଂରାଜୀ ନୂଆବର୍ଷ ୨୦୨୬। ପ୍ରଥମ ଦିନରେ ସମସ୍ତେ ଏହାକୁ ଉତ୍ସାହର ସହ ପାଳନ କରୁଛନ୍ତି। ଘରେ ଘରେ ଏନେଇ ଖୁସିର ମାହୋଲ ଜମିଛି।
ଅଫେରା ବର୍ଷ ୨୦୨୫ର ଅନୁଭୂତି-ଲବ୍ଧ ସାରବତ୍ତା ହିଁ ଆମ ପାଇଁ ଆଣିଛି ନୂତନ ବର୍ଷ-୨୦୨୬ର ଆଲୋକବର୍ତ୍ତିକା। ଅନନ୍ତ ସମ୍ଭାବନାର ସୂର‌୍ୟ୍ୟ ପ୍ରେରଣାର ସୁନେଲି କିରଣରେ ସତେ ଅବା ଆମକୁ ମାର୍ଗଦର୍ଶନ ଦେଉଛି; ସର୍ବବିଧ ସମୃଦ୍ଧି ପାଇଁ ନିଜକୁ ଉଦ୍‌ଯୋଗର ମହାଯଜ୍ଞରେ ସମର୍ପି ଦେବା ନିମିତ୍ତ। ସମୁଚିତ ମାର୍ଗରେ, ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଟି ମୁହୂର୍ତ୍ତରେ ଆଗୁସାର ହେବା ପାଇଁ।
ଇଂଲିଶ ନବବର୍ଷ-୨୦୨୬, ଆମ ସମସ୍ତଙ୍କ ପାଇଁ ଆଣିଛି ନାନାଦି ଆହ୍ବାନ, ପୁଣି ସମାଧାନର ଅସୀମ ସମ୍ଭାବନା। ସମଗ୍ର ମାନବସମାଜ ଅତି ଜଟିଳ, ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ସମୟରେ ଆମକୁ ଅଭୂତପୂର୍ବ ଧୈର‌୍ୟ୍ୟ, ଦୃଢ଼ତା ତଥା ଉତ୍ସର୍ଗୀକୃତ ଅଧ୍ୟବସାୟ ମାଧ୍ୟମରେ ସେସବୁର ସମ୍ମୁଖୀନ ହେବାକୁ ପଡ଼ିବ। ଅତୀତରୁ ବର୍ତ୍ତମାନ ଓ ବର୍ତ୍ତମାନରୁ ସମ୍ଭାବ୍ୟ ଭବିଷ୍ୟତ ଆଡ଼କୁ, ଆମକୁ ପାଦେ ପାଦେ ଅଗ୍ରସର ହେବା ପାଇଁ, କେବଳ ସଙ୍କଳ୍ପବଦ୍ଧ ନୁହେଁ, ନିରନ୍ତର ବ୍ରତୀ ହେବାକୁ ପଡ଼ିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930