Indus Valley Times

ଆଜିବି ଆର୍ଯ୍ୟନକୁ ରାତି କାଟିବାକୁ ପଡ଼ିବ, ଜାମିନ ଆବେଦନ ଉପରେ ଶୁଣାଣି କାଲି ଯାଏଁ ସ୍ଥଗିତ

 Breaking News

ଆଜିବି ଆର୍ଯ୍ୟନକୁ ରାତି କାଟିବାକୁ ପଡ଼ିବ, ଜାମିନ ଆବେଦନ ଉପରେ ଶୁଣାଣି କାଲି ଯାଏଁ ସ୍ଥଗିତ

October 13
20:10 2021

ମୁମ୍ବାଇ ୧୩।୧୦ : ଡ୍ରଗ୍ସ କେସରେ ଅଭିଯୁକ୍ତ ଶାହାରୁଖ ଖାନଙ୍କ ପୁଅ ଆର‌୍ୟନ ଖାନଙ୍କୁ ଆଜି ରାତି ମଧ୍ୟ ଜେଲ ବିତାଇବାକୁ ପଡିବ। ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ।
ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍ରୁ ବାହାରିବା ପାଇଁ ଆର୍ଯ୍ୟନ୍‌ଙ୍କୁ ଆଉ ସମୟ ଅପେକ୍ଷା କରିବାକୁ ପଡିବ।
ଜାମିନ୍ ଉପରେ ଶୁଣାଣି ସମୟରେ ଏନସିବି କହିଛି ଯେ, ଆର୍ଯ୍ୟନ୍‌ ଖାନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହୋଇଥିବା ଚାଟିଂର ପ୍ରମାଣ ମିଳିଛି। ଏହି ଚାଟିଂରେ ହାର୍ଡ ଡ୍ରଗ୍ସର ପରିମାଣ ଏବଂ ଦାମ ନେଇ ଆଲୋଚନା ହୋଇଥିଲା। ଆଡିସିନାଲ ସଲିସିଟର ଜେନେରାଲ ଏନସିବିର ଏହି କଥା ଦୋହରାଇଛନ୍ତି। ପେମେଣ୍ଟକୁ ନେଇ ଆର୍ଯ୍ୟନ ଏବଂ ବିଦେଶୀ ନାଗରିକଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିଂ ହୋଇଛି।
ଏହା କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ ତ ହୋଇନଥିବ। ଏହାର ତଦନ୍ତର ଆବଶ୍ୟକତା ରହିଛି। ବିଦେଶୀ ନାଗରିକଙ୍କ ଚିହ୍ନଟ ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ ଚାଲିଛି, ଯଦ୍ଵାରା ତଦନ୍ତ ଆହୁରି ପ୍ରଭାବୀ ହୋଇ ପାରିବ। କ୍ରୁଜରେ ଏମିତି ମଧ୍ୟ ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ପାଖରୁ କାରବାର ପାଇଁ ଉଦ୍ଦିଷ୍ଟ ପରିମାଣର ଡ୍ରଗ୍ସର ମିଳିଥିଲା ବୋଲି ଆଡିସିନାଲ ସଲିସିଟର ଜେନେରାଲ କହିଛନ୍ତି।
ବୋଲି ଆଡିସିନାଲ ସଲିସିଟର ଜେନେରାଲ କହିଛନ୍ତି, ମୁଁ ଅଦାଲତରେ ସେହି ହ୍ଵାଟ୍ସଆପ୍ ଚାଟ୍ ମଧ୍ୟ ଦେଖାଇ ପାରିବି, ଯେଉଁଥିରେ ଡ୍ରଗ୍ସକୁ ନେଇ ଆର‌୍ୟନଙ୍କ କଥାବାର୍ତ୍ତା ଚାଲିଥିଲା। ଏହା ବ୍ୟତୀତ ଆଉ କିଛି ଏମିତି ଚାଟ୍ ରହିଛି, ଯାହା ଖୋଲା ଅଦାଲତରେ ପ୍ରକାଶ କରି ହେବ ନାହିଁ। ଏମିତି ଚାଟ୍ ରହିଛି, ଯେଉଁଥିରେ ବିଦେଶୀ ନାଗରିକଙ୍କ ସହ କଥାବାର୍ତ୍ତା ରହିଛି ବୋଲି ଏଏସଜି ଅନିଲ୍ ସିଂହ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031