Indus Valley Times

ଆଜିର ଦିନରେ “ଆସ ବହି ଟିଏ କିଣିବା ” ପରିପ୍ରେକ୍ଷୀରେ ଅତିଥି ବୃନ୍ଦ ବହି କିଣି ପିଲାଙ୍କୁ ଦେଲେ ଉପହାର

 Breaking News

ଆଜିର ଦିନରେ “ଆସ ବହି ଟିଏ କିଣିବା ” ପରିପ୍ରେକ୍ଷୀରେ ଅତିଥି ବୃନ୍ଦ ବହି କିଣି ପିଲାଙ୍କୁ ଦେଲେ ଉପହାର

ଆଜିର ଦିନରେ “ଆସ ବହି ଟିଏ କିଣିବା ” ପରିପ୍ରେକ୍ଷୀରେ ଅତିଥି ବୃନ୍ଦ ବହି କିଣି ପିଲାଙ୍କୁ ଦେଲେ ଉପହାର
April 09
16:05 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୪ : ଜ଼ିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ସମାରୋହ -୨୦୨୫ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ – ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଗୋଷ୍ଟୀ ଉନ୍ନୟନ ଅଧିକାରୀ, ହରଭଙ୍ଗା ଶରତ କୁମାର ସେଠୀ, ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି,ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ନିର୍ବାହୀ ଅଧିକାରୀ ଵିଜ୍ଞାପିତ ଅଂଚଳ ପରିଷଦ ସତ୍ୟ ନାରାୟଣ ପ୍ରଧାନ,ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁ ହର ପ୍ରମୁଖ ଯୋଗଦେଇ ଆଜିର ଦିନରେ ପିଲାମାନେ ବହିଟିଏ କିଣି ପଢିବା ପାଇଁ ଅନୁପ୍ରାଣିତ କରିଥିଲେ ।
ବହି ପଠନ ର ଆବଶ୍ୟକତା ଉପରେ ନିଜ ଅଭିମତ ସହ ଜ୍ଞାନ ନ ହିଁ ହେଉଛି ପ୍ରଗତି ର ମୂଳ ମନ୍ତ୍ର ଏବଂ ପଢ଼ି ଲେ ଜାଣିବା, ଜାଣିଲେ ଜିଣିବକ୍ଷ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ମାନସିକ କ୍ଷୁଧା ନିମନ୍ତେ ବହି ପଠନ ର ବହୁ ଆବଶ୍ୟକତା ରହିଥିବା ବ୍ୟକ୍ତ କରିବା ସହ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପାଠକ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟର ବହୁ ଛାତ୍ରୀ ଏବଂ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଅତିଥି ମାନଙ୍କ ଠାରୁ ଉପହାର ଗ୍ରହଣ କରିଥିଲେ ।
ଉଦଘାଟନୀ ସଭା ପରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦ୍ରଚୂଡ଼, ଖଲିଆବଗିଚା, ରାଜନପାଲି ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଜ଼ିଲ୍ଲା ସଂଗ୍ରହକ୍ଷ ଳୟ କୁ ଆସି ବହି କିଣିଥିଲେ ।
ପରେ ପରେ ସମସ୍ତ ଅତିଥି ବହି କିଣି ପିଲାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ଏବଂ ବହି କିଣିବାକୁ ଅନୁପ୍ରାଣିତ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଶିକ୍ଷକ, ଶିକ୍ଷୟତ୍ରୀ ଆସି ନିଜ ନିଜ ବିଦ୍ୟାଳୟ ପାଇଁ ବହି କିଣିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସି. ଆର. ସି. ସି. ସତ୍ୟ ନାରାୟଣ ସାହୁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଶୁଭ୍ରଜିତ ଦାନୀ, ଅମରେଶ ପାଣିଗ୍ରାହୀ, ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ ଏବଂ ଜ଼ିଲ୍ଲା ସଂଗ୍ରହାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31