Indus Valley Times

ଆଜି ଭାରତ ବନ୍ଦ; ସକାଳୁ ପିକେଟିଂ ଆରମ୍ଭ, ଟ୍ରେନ, ଯାନବାହନ ଚଳାଚଳ ପ୍ରଭାବିତ

 Breaking News

ଆଜି ଭାରତ ବନ୍ଦ; ସକାଳୁ ପିକେଟିଂ ଆରମ୍ଭ, ଟ୍ରେନ, ଯାନବାହନ ଚଳାଚଳ ପ୍ରଭାବିତ

August 21
10:44 2024

ଭୁବନେଶ୍ୱର,୨୧/୮:ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।
ଓଡ଼ିଶାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ।
ସୁପ୍ରିମକୋର୍ଟ ଏସ୍‌ସି, ଏସ୍‌ଟିଙ୍କ ସ୍ଥିତିର ଠିକ୍ ଆକଳନ ନ କରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାବି କରାଯାଇଛି।
ବୁଧବାର ଭୁବନେଶ୍ୱର ସମେତ ସବୁ ଜିଲାରେ ଶାନ୍ତିପୂର୍ଣ୍ଣ ପିକେଟିଂ ସହ ମହାପ୍ରତିବାଦ ପ୍ରଦର୍ଶନ କରାଯିବ। ଏଥିରେ
ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଅଭିରାମ ମଲ୍ଲିକଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସିପିଆଇ (ଏମ୍‌ଏଲ) ଲିବରେଶନ ନେତା ମହେନ୍ଦ୍ର ପରିଡ଼ା, ଫର୍‌ୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌ଏଲ) ରେଡ଼ଷ୍ଟାର୍‌ର ପ୍ରମିଳା ବେହେରା ଏହି ନିବେଦନ କରିଛନ୍ତି।
ଶିକ୍ଷାନୁଷ୍ଠାନ ଓ ସରକାରୀ ନିଯୁକ୍ତିରେ ସଂରକ୍ଷିତ ସ୍ଥାନ ପୂରଣ ହୋଇପାରୁ ନ ଥିବାବେଳେ ଏହି ରାୟ ଆଧାରରେ ସଂରକ୍ଷଣରୁ ବାଦ୍ ଦିଆଗଲେ ଅଧିକରୁ ଅଧିକ ପଦବୀ ଓ ସ୍ଥାନ, ଅଣସଂରକ୍ଷିତ ବର୍ଗ ହାତେଇ ନେବେ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031