Indus Valley Times

ଆରଏମସି ସଭା ଗୃହ ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅନୁଷ୍ଠିତ

 Breaking News

ଆରଏମସି ସଭା ଗୃହ ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅନୁଷ୍ଠିତ

September 24
21:40 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୯ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମବାୟ ଆଇଟି ବିଭାଗର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ସଂଯୋଜକ ଅନିରୁଦ୍ଧ ମହା ମଲ୍ଲିକ, ଉପ ସହକାରୀ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଉପ ସହକାରୀ ନିବନ୍ଧକ ଗଂଗାଧର କନ୍ହର, ସମବାୟ କେନ୍ଦ୍ର ବ୍ୟାଙ୍କ ବୌଦ୍ଧ ସଦର ଶାଖାର ପରିଚାଳକ ସୁବ୍ରତ ନାଏକ ଯୋଗ ଦେଇଥିଲେ । ସମିତି ମାନଙ୍କର ଋଣ ଲଗାଣ ସମ୍ପର୍କରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମାର୍ଫେଡ ପରିଚାଳକ ଅକ୍ଷୟ କୁମାର ମହାପାତ୍ର, ସମବାୟ ନିରୀକ୍ଷକ ଶିବ ପ୍ରସାଦ ଖମାରୀ, ସ୍ବର୍ଣ୍ଣ ଲତା ପ୍ରଧାନଙ୍କ ସମେତ ଜିଲ୍ଲାର ବିଭିନ୍ନ ପାକ୍ସ ମାନଙ୍କର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ମାନେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31