Indus Valley Times

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

 Breaking News

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
April 12
11:40 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୨/୪: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ସ୍ଥାନୀୟ ମିଶନ ପଡିଆରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ,ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା ଙ୍କ ସମେତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ପ୍ରତିନିଧି , ମାନ୍ୟବର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓଙ୍କ ପ୍ରତିନିଧି ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ବରିଷ୍ଠ ଅଧିକାରୀ ସଦର ମହକୁମା ସ୍ଥିତ ସ୍ଥାନୀୟ ମିଶନ ପଡିଆରେ ଉପସ୍ଥିତ ଥିଲେ।
ଆଜିର ଏହି କାର‌୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ସଭାପତିତ୍ୱ କରିଥିଲେ।ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୂଚାର ରୂପେ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିବା ପାଇଁ ସୂଚାଇ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟ କୁ ଛାଡି ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଉଛି।
ଜିଲ୍ଲା ମୁଖ୍ୟାଳୟରେ ଓ ଅନ୍ୟ ସ୍ଥାନ ମାନଙ୍କ ରେ ଆଭାଷୀ ମାଧ୍ୟମରେ ଶହସ୍ରାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି।
ଏହି ଯୋଜନା ମାଧ୍ୟମରେ ଜିଲ୍ଲାରେ ଜନସାଧାରଣଙ୍କୁ ନୂଆ ଏକକ କାର୍ଡ ବଣ୍ଟନ କରାଯିବ।ହିତାଧିକାରୀ ମାନେ ସମ୍ପୃକ୍ତ ଅଂଚଳର ଆଶାକର୍ମୀ,ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ନିଜ ଗ୍ରାମ ରେ କାର୍ଡ ପାଇବେ।ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀ ମାନେ ଆଧାର କାର୍ଡ଼,ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ସେବା ପାଇପାରିବେ।ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ।
ଏହି ଯୋଜନାକୁ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ପଂହଁଚେଇବା ପାଇଁ ଜିଲ୍ଲାରେ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ।ଏହାସହିତ ଲିଫଲେଟ,ପୋଷ୍ଟର,ବ୍ୟାନର ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ ବୋଲି କହିଥିଲେ।ଜିଲ୍ଲା ସଦର ମହକୁମା ରେ ଆଜି ଦୁଇଟି ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି।
ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ।
ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇ ପାରିବେ।ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କୁ ମିଳିତ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ହିତାଧିକାରୀ ଙ୍କୁ ମିଳିବ।
ଏହି ଯୋଜନା ଦ୍ଵାରା ରାଜ୍ୟର ୩.୫ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସେବାର ସୁବିଧା ପାଇ ପାରିବେ । ସ୍ୱାସ୍ଥ୍ୟ କାର୍ଡ ସମଗ୍ର ଦେଶର ୨୯,୦୦୦ରୁ ଉର୍ଦ୍ଧ୍ଵ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସାର ସୁବିଧା ଉପଲବ୍ଧ ଅଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930