Indus Valley Times

ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର

 Breaking News

ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର

ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର
July 08
10:52 2024

ପୁରୀ, ୮/୭: ଆଜି ପୁଣି ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଭକ୍ତମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣୁଛନ୍ତି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ।
ସୂଚନାଯୋଗ୍ୟ, ଗତକାଲି ଦୁଇ ଘଣ୍ଟା ଆଗରୁ ପହଣ୍ଡି ଓ ଅନ୍ୟାନ୍ୟ ନୀତି ବି ଶେଷ ହୋଇ ସାରିଥିଲା। ଏଣୁ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପରେ ସଅଳ ରଥଟଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଅଳ ନୀତିକାନ୍ତି ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ତିନି ରଥ ଅଳ୍ପ ବାଟ ଗଡ଼ି ଅଟକିଛନ୍ତି।
ଗତକାଲି ପବିତ୍ର ଘୋଷଯାତ୍ରାରେ ଲୋକାରଣ୍ୟ ହୋଇଥିଲା ସମ୍ପୂର୍ଣ୍ଣ ବଡ଼ଦାଣ୍ଡ। ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ଓ ରଥ ଟାଣିବାର ସୌଭାଗ୍ୟ ଅର୍ଜିଥିଲେ। ପୂର୍ବାହ୍ଣ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହୋଇଥିଲା।
ଗଜପତି ମହାରାଜାଙ୍କ ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ୪ଟା ୫୫ରେ ରଥଟଣା ଆରମ୍ଭ ହୋଇ ୬ଟା ୪୫ରେ ଶେଷ ହୋଇଥିଲା। ରାତି ହୋଇଯିବାରୁ ତିନି ରଥ ଅଳ୍ପବାଟରେ ଅଟକିଥିଲେ। ଆଜି ପୁଣି ରଥଟଣା ଆରମ୍ଭ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031