Indus Valley Times

ଇଣ୍ଡୋ ଫିଲିପାଇନ୍ସ କିକ୍‌ବକ୍ସିଂ ଓପନ୍‌: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ

 Breaking News

ଇଣ୍ଡୋ ଫିଲିପାଇନ୍ସ କିକ୍‌ବକ୍ସିଂ ଓପନ୍‌: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ

ଇଣ୍ଡୋ ଫିଲିପାଇନ୍ସ କିକ୍‌ବକ୍ସିଂ ଓପନ୍‌: ଲକ୍ଷ୍ମୀପ୍ରିୟାଙ୍କୁ ସ୍ବର୍ଣ୍ଣ, ସାଇରାଜଙ୍କୁ ରୌପ୍ୟ
June 10
12:56 2026

ଭୁବନେଶ୍ବର, ୧୦/୬ : ଆନ୍ତର୍ଜାତୀୟ କ୍ରୀଡ଼ା ମୈଦାନରେ ପୁଣି ଥରେ ଦେଶ ଓ ଓଡ଼ିଶାର ଟେକ ରଖିଛନ୍ତି ଦୁଇ ଓଡ଼ିଆ କିକ୍ବକ୍ସିଂ ଖେଳାଳି। ଫିଲିପାଇନ୍ସର ଲାପୁଲାପୁ ସିଟିରେ ଆୟୋଜିତ ପ୍ରତିଷ୍ଠିତ ‘ଡବ୍ଲ୍ୟୁକେଏ (WKA) ଇଣ୍ଡୋ-ଫିଲିପାଇନ୍ସ କିକ୍ବକ୍ସିଂ ଓପନ୍’ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ମୀପ୍ରିୟା ବାଇ ସ୍ବର୍ଣ୍ଣ ପଦକ ଏବଂ ସାଇରାଜ ପଟ୍ଟନାୟକ ରୌପ୍ୟ ପଦକ ହାସଲ କରିଛନ୍ତି।
ଫାଇନାଲରେ ସ୍ଥାନୀୟ ଖେଳାଳିଙ୍କୁ ହରାଇ ସୁନା ଜିତିଲେ ଲକ୍ଷ୍ମୀପ୍ରିୟା
ପ୍ରତିଯୋଗିତାର କେ-୧ (K-1) ମହିଳା ୫୪ କେଜିରୁ କମ୍ ବର୍ଗରେ ଓଡ଼ିଆ ଖେଳାଳି ଲକ୍ଷ୍ମୀପ୍ରିୟା ବାଇ (ମଧୁପ୍ରିୟା) ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ସେ ନିଜର ଶେଷ ତଥା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍ରେ ଫିଲିପାଇନ୍ସର ସ୍ଥାନୀୟ ଫାଇଟର କ୍ରିଷ୍ଟିନ୍ ଏମ୍ଙ୍କୁ ମାତ୍ ଦେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଗୌରବ ଆଣିଛନ୍ତି।
ଲଢ଼ୁଆ ପ୍ରଦର୍ଶନ ସହ ସାଇରାଜଙ୍କୁ ରୂପା ପଦକ
ଅନ୍ୟପଟେ ପୁରୁଷ ବିଭାଗର ୭୪ କେଜିରୁ କମ୍ ବର୍ଗରେ ଓଡ଼ିଶାର ସାଇରାଜ ପଟ୍ଟନାୟକ ଫାଇନାଲ୍ ପର‌୍ୟ୍ୟନ୍ତ ନିଜର ବିଜୟ ଯାତ୍ରା ଜାରି ରଖିଥିଲେ। ତେବେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ସେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସଫଳତା ପାଇଥିବା ଏହି ଦୁଇ କ୍ରୀଡ଼ାବିତ୍ ଭୁବନେଶ୍ୱରସ୍ଥିତ ‘ଅଚ୍ୟୁତ ମାର୍ଶାଲ ଆର୍ଟସ୍ ଏକାଡେମୀ’ରେ ନିୟମିତ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
କ୍ରୀଡ଼ା ମହଲରେ ଶୁଭେଚ୍ଛାର ସୁଅ
ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ କିକ୍ବକ୍ସିଂ ସଂଘ (IAKO)ର ମହାସଚିବ ପୃଥ୍ବୀରାଜ ହରିଚନ୍ଦନ ଅଫିସିଆଲ୍ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଓଡ଼ିଆ ଖେଳାଳିଙ୍କ ଏହି ଅସାଧାରଣ ସଫଳତା ପାଇଁ ଭାରତୀୟ କିକ୍ବକ୍ସିଂ ସଂଗଠନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗ୍ରାଣ୍ଡମାଷ୍ଟର ଏସ୍ଏସ୍ ହରିଚନ୍ଦନ, ସଭାପତି ପ୍ରବୋଧ ମହାନ୍ତି ଏବଂ ମହାସଚିବ ପୃଥ୍ବୀରାଜ ହରିଚନ୍ଦନ ଉଭୟ ଖେଳାଳିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31