Indus Valley Times

ଉପମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ସମୀକ୍ଷା, ଜୁଲାଇ ୨୫ ସୁଦ୍ଧା ଶେଷ କର ଫିଲ୍ଡ ଇନକ୍ୱାରୀ

 Breaking News

ଉପମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ସମୀକ୍ଷା, ଜୁଲାଇ ୨୫ ସୁଦ୍ଧା ଶେଷ କର ଫିଲ୍ଡ ଇନକ୍ୱାରୀ

ଉପମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ସମୀକ୍ଷା, ଜୁଲାଇ ୨୫ ସୁଦ୍ଧା ଶେଷ କର ଫିଲ୍ଡ ଇନକ୍ୱାରୀ
July 10
17:36 2026

ଭୁବନେଶ୍ବର, ୧୦/୭: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି । ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ଆସିଛି । ଡିବିଟି, ର-କଣଉ, ଫିଲ୍ଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି । ୮୨ ହଜାର ୩୬ଟି ଡିବିଟି ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍ ର-କଣଉ ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଫିଲ୍ଡ ତଦନ୍ତ ପାଇଁ ବ୍ଲକ କମିଟି ଜିଲ୍ଲା କମିଟିକୁ ରିପୋର୍ଟ ଦେବ । ଜିଲ୍ଲା କମିଟି ଜୁଲାଇ ୨୫ ଭିତରେ ରାଜ୍ୟ କମିଟିକୁ ରିପୋର୍ଟ ଦେବେ । ବାୟୋମେଟ୍ରିକ୍ ଦେଇନଥିବା ହିତାଧିକାରୀଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ରହିଛି । ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି ।
ଏହାସହ ପୂର୍ବରୁ ଯେଉଁ ମାନଙ୍କର ୫ ଏକର ଜମି ନାହିଁ କିନ୍ତୁ ବାଦ୍ ପଡି ଯାଇଛି ଏବେ ସେମାନେ ଫିଲ୍ଡ ତଦନ୍ତରେ ଅଭିଯୋଗ କରିପାରିବେ । ପ୍ରଥମରୁ ଯଦି ପାଇ ନଥିବେ ଯୋଗ୍ୟ ଥିବେ ସେମାନେ ଯୋଗ୍ୟ ହେଲେ ଏକାବେଳକେ ୫ଟି କିସ୍ତି ପାଇବେ । ଏନେଇ ଶୁକ୍ରବାର ଲୋକସେବା ଭବନରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ।
କ୍ଟ୍ରକ୍ସବଜ୍ଞରଚ୍ଚବଦ୍ଭରଙ୍ଗଗ୍ଦ୭ ଙୟସଗ୍ଦଷବ ଘରଙ୍ଗଗ୍ଦ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031