Indus Valley Times

ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ , କଲେଜର ପରୀକ୍ଷା ଓ ଅଫ ଲାଇନ୍ କ୍ଲାସ ସ୍ଥଗିତ

 Breaking News

ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ , କଲେଜର ପରୀକ୍ଷା ଓ ଅଫ ଲାଇନ୍ କ୍ଲାସ ସ୍ଥଗିତ

April 16
17:55 2021

ଭୁବନେଶ୍ୱର, ୧୬/୪: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି କାରଣରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହାସହିତ ସମସ୍ତ ହଷ୍ଟେଲକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଅବଗତ କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ତଥା ରାଜ୍ୟ ସରକାର କଟକଣା ଜାରି କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା (ଅନଲାଇନ୍ ପାଠପଢ଼ା ନୁହେଁ) ଓ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାରଠାରୁ ଏହି ପରୀକ୍ଷା ଓ କ୍ଲାସ ସ୍ଥଗିତ ରହିବ । ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ପରେ କୁଳପତି ଓ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କରାଯିବ।
ଏହାସହିତ ହଷ୍ଟେଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ୧୯ତାରିଖ ସୋମବାର ସୁଦ୍ଧା ହଷ୍ଟେଲକୁ ନିଶ୍ଚିତ ଭାବେ ଖାଲି କରିବା ବାଧ୍ୟତାମୂଳକ ହେବ। କଲେଜ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ।
କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆସନ୍ତା ୧୯ତାରିଖରୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ। ଅଧ୍ୟାପକମାନେ ନିଜର କଲେଜ ଅବା ବିଶ୍ୱବିଦ୍ୟାଳୟରୁ କିମ୍ବା ନିଜ ଘର ଅନଲାଇନରେ କ୍ଲାସ ନେଇପାରିବେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031