Indus Valley Times

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

 Breaking News

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ
July 13
17:37 2025

ଭୁବନେଶ୍ୱର,୧୩/୭: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଦୁଇ ଦଳ ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଚେଷ୍ଟା କରିଥିବା ବେଳେ କଂଗ୍ରେସ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା ।
ସୂଚନାଯୋଗ୍ୟ, ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍‌ଓଡି) ସମୀର କୁମାର ସାହୁ ଅନୁଚିତ ଅନୁଗ୍ରହ(ଫେବର) ଦେଖାଇବା ଆଳରେ ଜଣେ ଛାତ୍ରୀଙ୍କଠାରୁ ଶାରୀରିକ ସମ୍ପର୍କ ଚାହୁଁଥିଲେ।
ଏଥିରେ ଛାତ୍ରୀ ରାଜି ନ ହେବାରୁ ତାଙ୍କୁ ଏଚ୍‌ଓଡି ବାରମ୍ବାର ମାନସିକ ନିର‌୍ୟାତନା ଦେବା ସହ ଅସଦାଚରଣ କରୁଥିଲେ।
ଏହା ଅସହ୍ୟ ହେବାରୁ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏପରି କି ୧୦ ଦିନ ତଳେ ଛାତ୍ରୀ ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଅଧ୍ୟାପକ (ଏଚ୍‌ଓଡି) ସାହୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ କଲେଜ ପକ୍ଷରୁ ଇଣ୍ଟରନାଲ କମିଟି ଗଠନ କରାଯାଇଛି କହି କେହି କିଛି ଶୁଣିଲେ ନାହିଁ।
ନ୍ୟାୟ ନ ମିଳିବାରୁ ଛାତ୍ରୀ ଶନିବାର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଅଭିଯୁକ୍ତ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଘୋଷ ଏବଂ ଅଧ୍ୟାପକ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ଘଟଣାର ତଦନ୍ତ ପାଇଁ ଯୁଗ୍ମ ସଚିବସ୍ତରୀୟ କମିଟି ଗଠନ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031