Indus Valley Times

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

 Breaking News

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ
April 28
22:39 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଓକିଲ ସଂଘ ର ସମ୍ପାଦକ ଅନିଲ କୁମାର ଦାସ, ସଭାପତି ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ରାମକୃଷ୍ଣ ଦାସ, କୋଷାଧକ୍ଷ ମାନସ ରଞ୍ଜନ ପଣ୍ଡା, ଆଇନଜୀବୀ କୌଶିକ ସାହୁ, ପଦ୍ମ ଚରଣ ପଣ୍ଡା, ସେକ ସାଦିକ, ସୁରେନ୍ଦ୍ର କୁମାର ପାତ୍ର, ସୁବ୍ରତ ପ୍ରଧାନଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫୋଟୋଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ମଧୁବାବୁ ଙ୍କ ସ୍ମୃତି ଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଓଡିଶା ର ଗୌରବ ମଧୁସୂଦନ ଦାସ ଙ୍କ ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନ ଦିଗରେ ଭୂମିକା ଓ ଅବଦାନ ନେଇ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓକିଲ ସଂଘର ପ୍ରମୁଖ ଯୋଗ ଦେଇଥିଲେ ।
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
ବାଲିଗୁଡା, ୨୮/୪: କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳ ରେ ଭୟ ସୃଷ୍ଟି କରିଛି ।
ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ର ଗତିବିଧି କୁ ତନ ତନ କରି ଯାଞ୍ଚ କରୁଥିବା ଜଣା ପଡ଼ିଛି।
ସୁଚନା ଅନୁଯାୟୀ ଗଞ୍ଜାମ ଗଜପତି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲ ରେ ହାତୀ ପଲ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସକାଳ ପ୍ରାୟ ୬ଘଣ୍ଟା ସମୟ ରେ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମର ଜଣେ ମହିଳା ପଦର କୁ ଯିବା ସମୟରେ ତିନିଗୋଟି ହାତୀ ଆସିଥିବା କହିଛନ୍ତି, ତାଙ୍କ କହିବା ଅନୁଯାୟୀ ହାତୀ ଗୁଡ଼ିକ ପଦର ରେ ଥିବା କୁଡ଼ିଆ କୁଭାଙ୍ଗି ଦେଇ ପରେ ନଦୀକୂଳ ଦେଇ ବୁରୁମୁଣ୍ଡି ପାହାଡ଼ ଅଭିମୁଖେ ଯାଇ ବୁରୁମୁଣ୍ଡି ଏବଂ ଝାରବୁଇଡ଼ା ପାହାଡ଼ ଆଡ଼େ ମୁହାଇ ଥିବା ଲକ୍ଷ୍ୟ କରାଯାଉଛି ।
ଖବର ପାଇ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଉକ୍ତ ହାତୀପଲ ଅନ୍ମେଷଣ ରେ ବାହାରି ଗ୍ରାମବାସୀ ଙ୍କ ସୁଚନା ଅନୁଯାୟୀ ହାତୀ ର ଗତିବିଧି କୁ ଯାଞ୍ଚ କରୁଥିବା ବେଳେ ତାହା ଗଞ୍ଜାମ ଜିଲ୍ଲା ର ଘୁମୁସର ଡିଭିଜନ ଆଡ଼େ ଚାଲିଯାଇ ଥିବା ନେଇ ଅନୁମାନ କରାଯାଉ ଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୁଚନା ଦେଇଛନ୍ତି।
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ୟାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
ବାଲିଗୁଡା, ୨୮/୪ : ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର‌୍ୟ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।
ସହର ବାସୀଙ୍କୁ ପ୍ରଥମେ ମୋବାଇଲ ସେବା ପ୍ରଦାନ କରି ଆସୁଥିବା ବିଏସଏନଏଲ ସଂସ୍ଥା ରୁଗଣ ଅବସ୍ଥାକୁ ଚାଲି ଆସିବା ପରେ ଉପଭୋକ୍ତା ମାନେ ବାଧ୍ୟ ହୋଇ ଜିଓ ଘରୋଇ କମ୍ପାନୀର ମୋବାଇଲ ନେଟୱାର୍କ ଉପରେ ଅଞ୍ଚଳବାସୀ ପୁରା ନିର୍ଭର କରି ଚଳି ଆସୁଛନ୍ତି।
ହେଲେ ଏହି ଜିଓ କମ୍ପାନୀ ସ୍ୱଳ୍ପ ଶକ୍ତି ସମ୍ପନ୍ନ ଟାୱାର କାର୍ଯ୍ୟକ୍ଷମ କରିଥିଲା, ବର୍ତ୍ତମାନ ଏହାର ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଆଉ ସ୍ୱଳ୍ପ ଶକ୍ତି ସମ୍ପନ ଟାୱାର ପୂର୍ବ ପରି ଆଉ ଉଚିତ ସେବା ପ୍ରଦାନ ନକରି ଅଞ୍ଚଳବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଜିଓ କମ୍ପାନୀ ଉଚ୍ଚ ଶକ୍ତି ସମ୍ପନ ଟାୱାର ବସାଇବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଅପରିହାର‌୍ୟ୍ୟ ହୋଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର‌୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ଇଣ୍ଟରନେଟ ସେବା ଉପରେ ନିର୍ଭର କରୁଛନ୍ତି ।
ବାଲିଗୁଡା ଟାଉନରେ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରହିଛି, ଯାହାକି, ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ , ବ୍ଲକ କାର୍ଯ୍ୟାଳୟ, ଅତିରିକ୍ତ ଦୌରାଜଜ, ଉପଖଣ୍ଡ ଡାକ୍ତର ଖାନା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ବ୍ୟାଙ୍କ ସଂସ୍ଥା ଓ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଦୁର୍ବଳ ମୋବାଇଲ ନେଟୱର୍କ ଯୋଗୁଁ ସଦାସର୍ବଦା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।
ସେହପରି ପାଠ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ମଧ୍ୟ ମୋବାଇଲ ନେଟୱର୍କ ଉପରେ ସଂପୂର୍ଣ୍ଣ ରୁପେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପ୍ରବଳ ଖରା ଓ ଗରମ ଯୋଗୁଁ ସରକାର ସ୍କୁଲ ଗୁଡିକୁ ଛୁଟି ଘୋଷଣା କରି ଅନଲାଇନ ରେ ଶିକ୍ଷା ଦାନ ପାଇଁ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ମୋବାଇଲ ନେଟୱାର୍କ ରୁ ଅଞ୍ଚଳବାସୀ ବଞ୍ଚିତ ହେବା ଅତି ନିନ୍ଦନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି ।
ତେଣୁ ବାଲିଗୁଡା ସହର ବାସୀଙ୍କ ସ୍ବାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ବିଏସଏନଏଲ ଏବଂ ଜିଓ ଘରୋଇ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ବାଲିଗୁଡା ସହର ର ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ଏକାଧିକ ମୋବାଇଲ ଟାୱାର ସ୍ଥାପନ କରି ଅଞ୍ଚଳ ବାସୀଙ୍କୁ ନିର୍ଭୁଲ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
ସେହିପରି ନୁଆସାହି ସତସଙ୍ଗ କେନ୍ଦ୍ର ନିକଟରେ ଥିବା ଜିଓ ଘରୋଇ ମୋବାଇଲ ସେବା ପ୍ରଦାନ କାରି ଟାୱାର ଟି ବିଦ୍ୟୁତ ବିଛିନ୍ନ ହୋଇଗଲେ ଉପଭୋକ୍ତା ମାନେ ମୋବାଇଲ ସେବା ପାଇବା ରୁ ବଞ୍ଚିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଉପଖଣ୍ଡ ପ୍ରଶାସନ ଓ ଲୋକ ପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଇ ଦେଶର ଅଗ୍ରଣୀ ଏୟାରଟେଲ ଭଳି ବିଭିନ୍ନ ନେଟୱାର୍କ ର ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାର ସ୍ଥାପନ କରାଗଲେ ଅଞ୍ଚଳବାସୀ ଉଚିତ ନେଟୱାର୍କ ସେବା ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031