Indus Valley Times

ଓଡ଼ିଶାରେ ନିବେଶ ପାଇଁ ୟୁଏଇ ଶିଳ୍ପପତିଙ୍କୁ ଆହ୍ୱାନ, ଏକାଧିକ କମ୍ପାନୀ ସହ ଆଲୋଚନା

 Breaking News

ଓଡ଼ିଶାରେ ନିବେଶ ପାଇଁ ୟୁଏଇ ଶିଳ୍ପପତିଙ୍କୁ ଆହ୍ୱାନ, ଏକାଧିକ କମ୍ପାନୀ ସହ ଆଲୋଚନା

ଓଡ଼ିଶାରେ ନିବେଶ ପାଇଁ ୟୁଏଇ ଶିଳ୍ପପତିଙ୍କୁ ଆହ୍ୱାନ, ଏକାଧିକ କମ୍ପାନୀ ସହ ଆଲୋଚନା
September 09
16:27 2026

ଭୁବନେଶ୍ୱର,୯/୯ : ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ।
ଏହି ପରିପ୍ରେକ୍ଷୀରେ ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ କମ୍ପାନୀଗୁଡ଼ିକ ସହ ରାଉଣ୍ଡ ଟେବୁଲ ଆଲୋଚନା
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ‘ଇଣ୍ଟରନ୍ୟାଶନାଲ ହୋଲ୍ଡିଂ କମ୍ପାନୀ (IHC)’ର ବିଭିନ୍ନ ବ୍ୟବସାୟିକ ୟୁନିଟ ଓ ଗ୍ରୁପ କମ୍ପାନୀ ସହ ଆଲୋଚନା କରିବେ । ଓଡ଼ିଶାରେ ନିବେଶର ସୁଯୋଗ ଏବଂ ଶିଳ୍ପ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହେବ ।
‘ଇଣ୍ଡିଆନ ବିଜନେସ୍ ଆଣ୍ଡ୍ ପ୍ରଫେଶନାଲ ଗ୍ରୁପ (IBPG) ସହ ବୈଠକ ମୁଖ୍ୟମନ୍ତ୍ରୀ ଆବୁଧାବିସ୍ଥିତ ‘ଇଣ୍ଡିଆନ ବିଜନେସ୍ ଆଣ୍ଡ ପ୍ରଫେଶନାଲ ଗ୍ରୁପ (IBPG)’ର ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ନିବେଶ ସମ୍ଭାବନାକୁ ଉପସ୍ଥାପନ କରାଯିବ ।
ବୋରୋଜ୍‌ର ସିଇଓ ହାଜିମ ସୁଲତାନ ଅଲ ସୁଓ୍ବାଇଦିଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହେବ। ପେଟ୍ରୋକେମିକାଲ କ୍ଷେତ୍ରରେ ଓଡ଼ିଶାରେ ନିବେଶ ଓ ସହଭାଗିତାର ସୁଯୋଗ ଉପରେ ଆଲୋଚନା କରାଯିବ । ୟୁଏଇର ନିବେଶକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା ଓଡ଼ିଶା ପ୍ରତିନିଧିମଣ୍ଡଳୀ ୟୁଏଇର ପ୍ରମୁଖ ନିବେଶକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବେ। ଓଡ଼ିଶାର ଶିଳ୍ପ କ୍ଷମତା, ଉଦୀୟମାନ କ୍ଷେତ୍ର ଏବଂ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଯିବ ।
ଦୁବାଇରେ ଓଡ଼ିଶାର ‘ଏକ ଜିଲା, ଏକ ଉତ୍ପାଦ’ (ODOP) ଅଧୀନରେ ଥିବା ଉତ୍ପାଦଗୁଡ଼ିକର ପ୍ରଦର୍ଶନୀ ଉଦ୍ଘାଟିତ ହେବ। ଏହା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଉତ୍ପାଦ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ୟୁଏଇ ବଜାରରେ ପ୍ରଦର୍ଶନ କରାଯିବ। ଦୁବାଇସ୍ଥିତ ଭାରତୀୟ କନସୁଲ ଜେନେରାଲଙ୍କ ସହ ବୈଠକ
ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ଦୁବାଇସ୍ଥିତ ଭାରତୀୟ କନସଲ ଜେନେରାଲ ସହ ବୈଠକ କରିବେ। ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ପ୍ରତିଷ୍ଠାନଗତ ଓ ସମୁଦାୟସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031