Indus Valley Times

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା: ମନ୍ତ୍ରୀ

 Breaking News

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା: ମନ୍ତ୍ରୀ

August 19
19:10 2024

ଭୁବନେଶ୍ୱର,୧୯/ ୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଦାନ ବୃଦ୍ଧି ହେବ। ଏନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ, ପିଏମ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ହେବ। ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଏଥିପାଇଁ ଖୁବ ଶୀଘ୍ର ଗାଇଡଲାଇନ ଆସିବ।
ମନ୍ତ୍ରୀ ଆହୁରି କହିଛନ୍ତି, ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି କରାଯିବ। ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ, ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର‌୍ୟ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031