Indus Valley Times

ଓଡ଼ିଶା ଦିବସ ପାଳିତ

 Breaking News

ଓଡ଼ିଶା ଦିବସ ପାଳିତ

ଓଡ଼ିଶା ଦିବସ ପାଳିତ
April 01
23:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧/୪ : ୧୯୩୬ମସିହା ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଥିଲା। ଏହି ଅବସର ରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୯୦ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି।
ସ୍କୁଲ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ ଅନୁଷ୍ଠାନ ର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ବରପୁତ୍ର ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଓଡ଼ିଶା ଦିବସ ର ମହତ୍ଵ ଏବଂ ଭବିଷ୍ୟତ ରେ ମାତୃଭାଷା ର ବ୍ୟବହାର ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ।
ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ସମବେତ ସ୍ୱର ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉଦ୍ୟମ କରିଥିବା ବରପୁତ୍ର ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ବେଶ ରେ ସଜ୍ଜିତ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୋଭାଯାତ୍ରା ରେ ଭାଗ ନେଇ ସହର ପରିକ୍ରମା କରିଥିଲେ।
ଜିଲ୍ଲା ସ୍ତରୀୟ ଓଡ଼ିଶା ପର୍ବ ପାଳନ ଉତ୍ସବ ରେ ଆଇନ ତଥା ଅବକାରୀ ପୃଥ୍ବୀରାଜ୍ ହରିଚନ୍ଦନ, ବିଧାୟକ ପ୍ରଶାନ୍ତ ଜଗଦେବ , ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31