Indus Valley Times

ଓଡ଼ିଶା ପୁରୁଷ କ୍ରିକେଟ୍ ଦଳରେ ବଲାଙ୍ଗିରର ତିନି ଖେଳାଳି : ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗଙ୍କୁ ମିଳିଲା ସୁଯୋଗ

 Breaking News

ଓଡ଼ିଶା ପୁରୁଷ କ୍ରିକେଟ୍ ଦଳରେ ବଲାଙ୍ଗିରର ତିନି ଖେଳାଳି : ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗଙ୍କୁ ମିଳିଲା ସୁଯୋଗ

ଓଡ଼ିଶା ପୁରୁଷ କ୍ରିକେଟ୍ ଦଳରେ ବଲାଙ୍ଗିରର ତିନି ଖେଳାଳି : ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗଙ୍କୁ ମିଳିଲା ସୁଯୋଗ
November 13
16:21 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର/ଓଡ଼ିଶା , ୧୩/୧୧ : ଚଳିତ ବର୍ଷ ଓଡ଼ିଶା ପୁରୁଷ କ୍ରିକେଟ୍ ଦଳରେ ବଲାଙ୍ଗିର ଜିଲ୍ଲାର ତିନି ଜଣ ପ୍ରତିଭାବାନ ଯୁବ କ୍ରିକେଟର ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସେମାନେ ହେଲେ ଓମକାର ମହାନ୍ତି, ଯୋଗେଶ୍ୱର ବାଗ ଓ ସିଦ୍ଧେଶ୍ୱର ବାଗ ।
ବଲାଙ୍ଗିରର ଓମକାର ମହାନ୍ତି ଆସନ୍ତା ନଭେମ୍ବର ୧୪ ତାରିଖରୁ କୋଲକାତାଠାରେ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି।ଏହି ପ୍ରତିଯୋଗିତା ନଭେମ୍ବର ୧୪ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ।
ସେହିପରି ବଲାଙ୍ଗିରର ଯୁବ ଖେଳାଳି ଯୋଗେଶ୍ୱର ବାଗ ଓଡ଼ିଶା ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇ କୁଚ୍ ବିହାର ଟ୍ରଫିର ଦୁଇଟି ମ୍ୟାଚ୍ ପାଇଁ ମନୋନୀତ ହୋଇଛନ୍ତି।
ଆସନ୍ତା ନଭେମ୍ବର ୨୬ ତାରିଖରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମଠାରେ ଗୋଆ ବିପକ୍ଷରେ ଓଡ଼ିଶା ଦଳ ଖେଳିବାକୁ ଥିବାବେଳେ ଡିସେମ୍ବର ୩ ତାରିଖରେ ବରଗଡ଼ର ବିକାଶ ଷ୍ଟାଡିୟମଠାରେ ପଶ୍ଚିମବଙ୍ଗ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ।
ପକ୍ଷରେ ଯୋଗେଶ୍ୱର ବାଗଙ୍କ ସାନଭାଇ ତଥା ବଲାଙ୍ଗିର ଜିଲ୍ଲାର ଆଉ ଜଣେ ଉଦୀୟମାନ କ୍ରିକେଟର ସିଦ୍ଧେଶ୍ୱର ବାଗ ମଧ୍ୟ ଓଡ଼ିଶା ୧୬ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି।
ସେ ଆସନ୍ତା ନଭେମ୍ବର ୧୪ ତାରିଖରୁ କର୍ଣ୍ଣାଟକଠାରେ ଆରମ୍ଭ ହେବାକୁ ଥିବା ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ଦୁଇଟି ମ୍ୟାଚ୍ ପାଇଁ ମନୋନୀତ ହୋଇଛନ୍ତି।
ବଲାଙ୍ଗିର ଜିଲ୍ଲାର ତିନି ଜଣ ଖେଳାଳି ଏକାସାଙ୍ଗରେ ଓଡ଼ିଶାର ବିଭିନ୍ନ ବୟସ ବର୍ଗ ଓ ସିନିୟର ପୁରୁଷ କ୍ରିକେଟ୍ ଦଳରେ ସ୍ଥାନ ପାଇବା ଖବର ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ସୃଷ୍ଟି କରିଛି ।
ଏହି ଗୌରବମୟ ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ତିନି ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ କ୍ରୀଡ଼ା ଜୀବନ ରେ ଅଧିକ ସଫଳତା କାମନା କରାଯାଇଛି ।

ବଲାଙ୍ଗିର ମାଟିର ଏହି ତିନି ପ୍ରତିଭା ଆଗାମୀ ଦିନରେ ଜାତୀୟ ସ୍ତରରେ ଜିଲ୍ଲା ଓ ଓଡ଼ିଶାର ଗୌରବ ଅର୍ଜନ କରିବେ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30