Indus Valley Times

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

 Breaking News

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

କଙ୍କାଳ ନେଇ ବ୍ୟାଙ୍କ ଆଗରେ ରଖିବା ଘଟଣା: ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ
April 29
17:15 2026

କେଉଁଝର, ୨୯/୪ : କେଉଁଝର ଜିଲ୍ଲାର ଏକ ସାଧାରଣ ଘଟଣା ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ପଟଣା ଅଞ୍ଚଳର ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ତାଙ୍କ ଅଧିକାରର ଟଙ୍କା ଠିକ ସମୟରେ ମିଳିନଥିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣା ଜଣେ ସାଧାରଣ ଲୋକଙ୍କ ପାଇଁ କେତେ ବଡ଼ ସମସ୍ୟା ସୃଷ୍ଟି କରିପାରେ, ସେଥିର ଜ୍ୱଳନ୍ତ ଉଦାହରଣ।
ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଅଧିକାରର ଟଙ୍କା ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିଲେ, କିନ୍ତୁ ପ୍ରଶାସନିକ ଅସମ୍ବେଦନଶୀଳତା ଯୋଗୁଁ ସେଥିରେ ବିଳମ୍ବ ହୋଇଥିଲା। ଘଟଣା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ସେ ତତ୍କ୍ଷଣାତ୍ ପଦକ୍ଷେପ ନେଇଛନ୍ତି। ଜଊଉ ଦ୍ୱାରା ଏହାର ତଦନ୍ତ ଆଦେଶ ଦେଇ ଶୀଘ୍ର ରିପୋର୍ଟ ଦେବାକୁ କହିଛନ୍ତି। ସେ ସ୍ପଷ୍ଟ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାକୁ ଅଣଦେଖା କରାଯିବ ନାହିଁ ଏବଂ ଏପରି ଘଟଣାର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଘଟଣାର ତୁରନ୍ତ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ରେଡକ୍ରସ୍ ପକ୍ଷରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିସହ ମୃତ୍ୟୁ ପ୍ରମାପତ୍ର ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାରକରି ବ୍ୟାଙ୍କରେ ଥିବା ୧୯,୪୦୨ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
ତଥାପି, ଏହି ଘଟଣାର ମୂଳ କାରଣ ନେଇ ସରକାର କଠୋର ମନୋଭାବ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି, ଦାୟିତ୍ୱରେ ଅବହେଳା ପାଇଁ ଦୋଷୀଙ୍କ ବିରୋଧରେ କାର‌୍ୟ୍ୟନୁଷ୍ଠାନ ହେବ। ଏହାସହ ଦୁର୍ଗମ ଗ୍ରାମାଞ୍ଚଳ ଲୋକମାନେ ନିଜର କିପରି ସୁବିଧାରେ ଏବଂ ବିନା ବାଧାରେ ସରକାରୀ ସେବା ଏବଂ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଲୋକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରୋକଷ୍ଟସହ ଯୋଗାଯୋଗ କରିବାକୁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛି। ଏହି ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଚା

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930