Indus Valley Times

ମଧୁମିତାଙ୍କ ଡାଏରୀ ଜବତ କଲା ପୁଲିସ

 Breaking News

ମଧୁମିତାଙ୍କ ଡାଏରୀ ଜବତ କଲା ପୁଲିସ

August 01
17:38 2024

ଭୁବନେଶ୍ୱର,୧/୮: ସାମ୍ବାଦିକା ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଛାନ୍‌ଭିନ୍ ଚଳାଇଛି। ତେବେଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଡାଏରୀ ଜବତ କରି ପୋଲିସ ତନାଘନା ଚଳାଇଛି।
ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଶେଷ ଭିଡିଓ ଏବେ ଭାଇରାଲ ହେଉଛି। ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା।
ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930