Indus Valley Times

କଟକରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୁରୀକୁ ଗଡିଲା ପ୍ରଥମ ବସ୍

 Breaking News

କଟକରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୁରୀକୁ ଗଡିଲା ପ୍ରଥମ ବସ୍

କଟକରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୁରୀକୁ ଗଡିଲା ପ୍ରଥମ ବସ୍
September 16
18:51 2023

କଟକ,୧୬/୯: ବହୁପ୍ରତୀକ୍ଷିତ କଟକର ଖାନ୍ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଶନିବାର ଅପରାହ୍ଣ ୪ଟା ୫୦ରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି।
ଉଦ୍ଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍ ଗଡ଼ିଛି।
କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।
ବସ ଟର୍ମିନାଲରେ ଡ୍ରାଇଭର ଏବଂ ବସ୍ର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍ ରହଣି ସ୍ଥାନ ରହିଛି। ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।
ବସ୍ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ୨୦ଟି ‘ମୋ ବସ୍’ ସହ ମୋଟ ୧୯୧ଟି ବସ୍ ମଧ୍ୟ ରହଣୀର ସୁବିଧା ରହିଛି।
କଟକ ମହାନଗର ନିଗମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ। ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି।
୨୦୨୧ ଜାନୁଆରି ୨୩ ତାରିଖ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ପ୍ରଥମେ ୬୫ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା।
ମାତ୍ର ପରେ ଏହାକୁ ୧୯ କୋଟି ବଢାଇ ମୋଟ ୮୪ କୋଟି ଟଙ୍କା କରାଯାଇଥିଲା। ପ୍ରଶାସନ ପକ୍ଷରୁ ପ୍ରକଳ୍ପର ନିର୍ମାଣ ପାଇଁ ୨୦୨୧ ଫେବ୍ରୁଆରି ଓ ମାର୍ଚ୍ଚରେ ଏକାଧିକ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା।
ସେଥିମଧ୍ୟରେ ସିଏମ୍ସିର କେନ୍ଦ୍ରୀୟ ବିଶ୍ବନାଥ ପାଠାଗାର, ଚାରା ବିକ୍ରି କେନ୍ଦ୍ର, ୨୪ଟି କ୍ବାର୍ଟର୍ସ, ରାତ୍ର ଆଶ୍ରୟସ୍ଥଳୀ, ଏମ୍ସିସି ପଏଣ୍ଟ, ଖାନନଗର ବାଳିକା ହାଇସ୍କୁଲ ପରି ଏକାଧିକ ବିଷୟ ଥିଲା। ଟର୍ମିନାଲ ନିର୍ମାଣ ଦାୟିତ୍ବ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) ନେଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031