Indus Valley Times

କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠର ସମ୍ବିଧାନ ଗୌରବ ଅଭିଯାନ ସଚେତନତା

 Breaking News

କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠର ସମ୍ବିଧାନ ଗୌରବ ଅଭିଯାନ ସଚେତନତା

କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠର ସମ୍ବିଧାନ ଗୌରବ ଅଭିଯାନ ସଚେତନତା
January 20
17:17 2025

ବରଦା ଦାସଙ୍କ ରିପୋର୍ଟ
କଟକ ,୨୦/୧: ସମ୍ବିଧାନ ଦିବସ ନଭେମ୍ବର ୨୬ ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ସଭା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ।
ଏଥିପାଇଁ କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆନୁକୁଲ୍ୟରେ ଏକ ଆଭାସୀ ଆଲୋଚନା କୁ ରାଜ୍ୟ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ଶ୍ରୀ ସୁଦର୍ଶନ ନାୟକ ଉଦଘାଟନ କରି ସମ୍ବିଧାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ କହିଥିଲେ ।
ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ସମ୍ବିଧାନ କୌଣସି ବ୍ୟକ୍ତି ବିଶେଷ ର ସ୍ବାର୍ଥ କିମ୍ବା ଦଳର କ୍ଷମତା ପାଇଁ ଉଦ୍ଦିଷ୍ଟ ନୁହେଁ।
ଏହା ସମାଜ, ଦେଶ ତଥା ରାଷ୍ଟ୍ରର ହିତ ସାଧନ ପାଇଁ ବିନିଯୋଗ ହେବା ଆବଶ୍ୟକ । ଏ ସମ୍ପର୍କରେ ଅଧିକ ଜନସଚେତନତା କରାଗଲେ ଲୋକେ ଉପକୃତ ହେବେ ।
ସଭା କୁ ସଂଯୋଜନା କରି ବରଦା ଦାସ କହିଲେ ଭାରତ ସମ୍ବିଧାନ ଆମର ଗୌରବ ଅଟେ । ଏ ସମ୍ପର୍କରେ ଆମେ ଆମ ସର୍ବ ବୃହତ୍ ଓ ସର୍ବ ଶ୍ରେଷ୍ଠ ସମ୍ବିଧାନ କୁ ଅଧ୍ୟୟନ କରିବା ଜରୁରୀ ଅଟେ ।
ଦଳିତ ଜାତି ର ସଂରକ୍ଷଣ ସୁବିଧା ଯୋଗୁଁ ସେମାନେ କେତେଦୂର ଉପକୃତ ହେଉଛନ୍ତି କି ନା ତାହା ୭୫ ବର୍ଷ ପରେ ସମୀକ୍ଷା କରାଯିବା ଉଚିତ୍। ସେ ସମର୍କରେ ଆଜି ଚିନ୍ତା କରିବାର ସମୟ ଆସିଛି। ଏ ଦିଗରେ ଅଧିକ ଜନ ସଚେତନତା କରିବାପାଇଁ ବିଜେପି ର ଏ ପଦକ୍ଷେପ ପ୍ରଶଂସନୀୟ ବୋଲି ଶ୍ରୀ ଦାସ କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031