Indus Valley Times

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ

 Breaking News

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ

July 22
11:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୭ : ସୋମବାର ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ କଣ୍ଟାମାଲ ବ୍ଲକ ରେ ଯୁଗ୍ମ ଜନଶୁଣାଣୀ ପରେ ଅପରାହ୍ନ ରେ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ ଜ଼ିଲ୍ଲାପାଳ ।
ରାତ୍ର ୭.୩୦ ସୁଦ୍ଧା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡିକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡା ।
ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, କଣ୍ଟାମାଳ ବିଡ଼ିଓ ସାମ୍ମି ଜୟଶ୍ରୀ ରେଡି ମଧ୍ୟ ଉପସ୍ଥିତ ଥିଲେ ।
ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପତ୍ର ସଂଖ୍ୟା ୩୬୪୬ ତା ୧୯.୦୭.୨୦୨୫ ଅନୁଯାୟୀ ବୁଥ ମାନଙ୍କରେ ସ୍ବତନ୍ତ୍ର ଗହନ ସଂଶୋଧନ କାର୍ଯ୍ୟକ୍ରମ ଓ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟା ପଡା, ଦପଲା, ଲମ୍ବସରୀ ଓ ସାହୁପଡା ଆଦି ବୁଥ ପରିଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031