Indus Valley Times

କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା: ପୀଠକୁ ଯିବନି ବାହୁଙ୍ଗୀ, ଯିବ କେବଳ କଳସ

 Breaking News

କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା: ପୀଠକୁ ଯିବନି ବାହୁଙ୍ଗୀ, ଯିବ କେବଳ କଳସ

କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା: ପୀଠକୁ ଯିବନି ବାହୁଙ୍ଗୀ, ଯିବ କେବଳ କଳସ
July 18
17:14 2024

ଆଠଗଡ଼, ୧୮/୭ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ।
ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତି।
ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। କଂକ୍ରିଟ୍ ପୋଲ ପୂର୍ବରୁ ସେମାନେ ବାହୁଙ୍ଗି ଥୋଇ କଳସ ନେଇ ମନ୍ଦିର ଭିତରକୁ ଯିବେ।
ଚଳିତ ବର୍ଷ ଜୁଲାଇ ୨୨, ଜୁଲାଇ ୨୯, ଅଗଷ୍ଟ ୫, ଅଗଷ୍ଟ ୧୨ ଓ ଅଗଷ୍ଟ ୧୯ରେ ଜଳାଭିଷେକ ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031