Indus Valley Times

କୁଟୁରା ଶିକାର ନୋହିଲା:ଶିକାର ପାଇଁ ଡାକି ନେଇ ନାବାଳକ ସାଙ୍ଗକୁ ଗୁଳି କରି ହତ୍ୟା ଅଭିଯୋଗ , ଦୁଇଟି ଦେଶୀ ବନ୍ଧୁକ ଜବତ

 Breaking News

କୁଟୁରା ଶିକାର ନୋହିଲା:ଶିକାର ପାଇଁ ଡାକି ନେଇ ନାବାଳକ ସାଙ୍ଗକୁ ଗୁଳି କରି ହତ୍ୟା ଅଭିଯୋଗ , ଦୁଇଟି ଦେଶୀ ବନ୍ଧୁକ ଜବତ

କୁଟୁରା ଶିକାର ନୋହିଲା:ଶିକାର ପାଇଁ ଡାକି ନେଇ ନାବାଳକ ସାଙ୍ଗକୁ ଗୁଳି କରି ହତ୍ୟା ଅଭିଯୋଗ , ଦୁଇଟି ଦେଶୀ ବନ୍ଧୁକ ଜବତ
April 20
11:03 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୦୯/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଲାଇନପଡା ଫାଣ୍ଡି ଅଧୀନ କୁସୁମେଣ୍ଡି ପଞ୍ଚାୟତର ବୁଡ଼େଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶିକାର କରିବାକୁ ଜଙ୍ଗଲକୁ ଡାକି ନେଇ ଜଣେ ୧୬ ବର୍ଷର ନାବାଳକକୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ମାଧବ କହଁରଙ୍କ ପୁଅ ବିଭୁତି କହଁର (୧୬)। ସୂଚନା ଅନୁସାରେ, ଗତ ୧୮ ତାରିଖ ରାତି ପ୍ରାୟ ୯ଟା ସମୟରେ ବିଭୁତି ନିଜ ପରିବାର ସହ ଖାଇସାରି ଶୋଇବାକୁ ପ୍ରସ୍ତୁତ ହେଉଥିଲେ।
ଏହି ସମୟରେ ଗ୍ରାମର ପ୍ରତାପ କହଁର (୩୦) ଓ ସୁମନ ବିନ୍ଧାଣି (୨୫) ଦୁଇଟି ଦେଶୀ ବନ୍ଧୁକ ଧରି ବିଭୁତିଙ୍କ ଘରେ ପହଞ୍ଚିଥିଲେ।
ଗାଁ ନିକଟସ୍ଥ \’କାମୁଟି\’ ଜଙ୍ଗଲକୁ କୁଟୁରା ଶିକାର ପାଇଁ ଯିବାକୁ ସେମାନେ ବିଭୁତିଙ୍କୁ ଡାକିଥିଲେ। ବିଭୁତିଙ୍କ ବାପା ବାରମ୍ବାର ମନା କରିବା ସତ୍ୱେ ସେ ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଯାଇଥିଲେ। ଘରୁ ଯିବାର ପ୍ରାୟ ଅଧଘଣ୍ଟା ପରେ ଜଙ୍ଗଲ ମଧ୍ୟରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା।
ଏହାର କିଛି ସମୟ ପରେ ଅଭିଯୁକ୍ତ ପ୍ରତାପ କହଁର ବିଭୁତିଙ୍କ ଘରକୁ ଆସି \”ମୋ ବନ୍ଧୁକରୁ ଗୁଳି ବାଜି ତୁମ ପୁଅ ମରିଗଲା\” ବୋଲି କହିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଭୁତିଙ୍କ ଶବ ପାଇଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରତାପ ସେଠାରୁ ଫେରାର ହୋଇଯାଇଥିଲେ।
ଖବର ପାଇ ଟିକାବାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମୃତକଙ୍କ ବାପା ମାଧବ କହଁରଙ୍କ ଲିଖିତ ଅଭିଯୋଗ କ୍ରମେ ଟିକାବାଲି ଥାନାରେ କେସ୍ ନମ୍ବର ୮୬/୨୬ ରେ ଏକ ମାମଲା ରୁଜୁ କରାଯାଇଛି।
ପୋଲିସ ଅନ୍ୟତମ ସହଯୋଗୀ ସୁମନ ବିନ୍ଧାଣିକୁ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାରେ ବ୍ୟବହୃତ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି।
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛି।
ଶବ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆଦିବାସୀ ମହାବିଦ୍ୟାଳୟରେ ଏଡସ ସଚେତନତା ତାଲିମ୍ ସଭା
ବାଲିଗୁଡା, ୨୦/୪ : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ରେଡ୍ ରିବନ କ୍ଲବ୍ ଆନୁକୂଲ୍ୟରେ ଏଡ୍ସ ନିରାକରଣ ସଚେତନତା ତାଲିମ୍ ସଭା ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ ସଭାରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଜିତେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍ସ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
ସେ ଉପସ୍ଥିତ ସଭ୍ୟମାନଙ୍କୁ ଏଡ୍ସ ରୋଗ ପ୍ରତି ସଚେତନ ହେବା ସହିତ ଲାଜ ଓ ଭୟକୁ ଦୂର କରି ସଂଯମତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ସନ୍ଦେହମୋଚନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।
ଏହି ଅବସରରେ ରେଡ୍ ରିବନ କ୍ଲବ୍ କନ୍ଧମାଳ ଜିଲ୍ଲା ସଂଯୋଜକ ତଥା ଅଧ୍ୟକ୍ଷ ଡ଼ଃ ବିଭୂତି ଭୂଷଣ ଆଚାର୍ଯ୍ୟ ଓ କାଉନସେଲର ମାନସ ରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ରହି ଏଡ୍ସ ସଚେତନତାର ଗୁରୁତ୍ୱ ଉପରେ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ସଭାରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ତାଲିମ୍ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031