Indus Valley Times

କୁମାରବସ୍ତ ଲୋକନାଥ ଦେଵ କ୍ରିକେଟ ଟୁର୍ନାମେଣ୍ଟ ,ପଳାସପୁର ଓ ଯଦୁପୁର ବିଜୟୀ

 Breaking News

କୁମାରବସ୍ତ ଲୋକନାଥ ଦେଵ କ୍ରିକେଟ ଟୁର୍ନାମେଣ୍ଟ ,ପଳାସପୁର ଓ ଯଦୁପୁର ବିଜୟୀ

November 19
20:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୯/୧୧ : ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପଳାସପୁର ଦଳ ମେଣ୍ଢାଶାଳକୁ ୫ ୱକେଟରେ ପରାସ୍ତ କରିଛି ‌।
ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରି ବିଷ୍ଣୁ ମହାପାତ୍ରଙ୍କ ୩୮ ରନ ସହାୟତାରେ ୧୬ ଓଭରରେ ୧୪୧ ରନ ସଂଗ୍ରହ କରିଥିଲେ। ଜବାବରେ ପଳାସପୁର ଦଳ ସୋମନାଥ ପ୍ରଧାନ ଙ୍କ ୪୩ ରନ ସହାୟତାରେ ୧୪ ଓଭରରେ ୫ ୱକେଟ ହରାଇ ୧୪୨ କରି ବିଜେତା ହୋଇଥିଲା।
ଶ୍ରେଷ୍ଠ ଖେଳାଳି ଭାବେ ବସନ୍ତ ସାହୁଙ୍କୁ ବି ଏସ ଟ୍ରାନ୍ସପୋର୍ଟ ର ମାଲିକ ବିରଞ୍ଚି କୁମାର ସାହୁ ପୁରସ୍କୃତ କରିଥିଲେ। ଦ୍ଵିତୀୟ ମ୍ୟାଚରେ ଯଦୁପୁର ଦଳ ତମାଣ୍ଡୋ ଦଳକୁ ୬୭ ରନରେ ପରାଜିତ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ଯଦୁପୁର ଦଳ ନିର୍ଦ୍ଧାରିତ ୧୮ ଓଭରରୁ ୫ ୱକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ରିୟାସାତ ଖାନ ୧୦୭ ରନ କରିଥିଲେ। ଜବାବରେ ତମାଣ୍ଡୋ ଦଳ ୧୬. ୩ ଓଭରରେ ସମସ୍ତ ୱକେଟ ହରାଇ ୧୪୦ ରନରେ ସୀମିତ ରହିଥିଲେ।
ଶ୍ରେଷ୍ଠ ଖେଳାଳି ଭାବେ ଯଦୁପୁର ଦଳର ରିୟାସତ ଖାନଙ୍କୁ ଦିବ୍ୟସିଙ୍ଘ ପାତ୍ର, ସଂଗ୍ରାମ କେଶରୀ ସାମନ୍ତସିଂହାର, ଭ୍ରମରବର ସାମନ୍ତରାୟ, କେଶବ ଚନ୍ଦ୍ର ଗଜେନ୍ଦ୍ର ଓ ଦୁର୍ଯ୍ୟୋଧନ ବରାଳ ପୁରସ୍କୃତ କରିଥିଲେ।ଆଜିର ମ୍ୟାଚରେ ଖେଳ ପରିଚାଳନା କରିଥିଲେ ସାନୁଜ ବିଶ୍ୱାଳ, ବି ବି ରାଉତରାୟ, ତୁଷାରକାନ୍ତ ସୁନ୍ଦରାୟ ଓ ସୂର୍ଯ୍ୟ ପ୍ରତାପ ଗଜେନ୍ଦ୍ର। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ଆକାଶ ବରାଳ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ।
କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ ।୨୦/୧୧/୨୫ ଗୁରୁବାର ପ୍ରଥମ ମ୍ୟାଚ କୁମାରବସ୍ତ ବନାମ ଆଇ ଆର ବି ଏବଂ ଦ୍ଵିତୀୟ ମ୍ୟାଚ କଳାପଥର ବନାମ କୁମାରବସ୍ତ (ବି) ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31