Indus Valley Times

ଖୋରଧା ଜିଲ୍ଲା ପୁଲିସ ପକ୍ଷରୁ ସାଇବର ଅପରାଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 Breaking News

ଖୋରଧା ଜିଲ୍ଲା ପୁଲିସ ପକ୍ଷରୁ ସାଇବର ଅପରାଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

March 24
16:56 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୩ : ଜିଲ୍ଲା ପୁଲିସ ପକ୍ଷରୁ ୫ଦିନ ବ୍ୟାପୀ ଚାଲିଥିବା ସାଇବର ସଚେତନ୍‌ତା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଥିଲେ।
ଶିବିରରେ ସାଇବର ଅପରାଧ, ଏହାର ପରିଭାଷା, ଧାରା, ତଦନ୍ତ ପ୍ରକ୍ରିୟା ଏବଂ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ଵ ଦିଆଯାଇଥିଲା। ଘରୋଇ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ (ଆର୍ଥକ ଅପରାଧ ନିବାରଣ) ସୁଶାନ୍ତ ନାୟକ ବ୍ୟାଙ୍କ ସଂକ୍ରାନ୍ତୀୟ ଠକାମି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ସାଇବର ସୁରକ୍ଷା ବିଶେଷଜ୍ଞ ଲିଙ୍ଗରାଜ ସେଠୀ ଏବଂ ସୂତ୍ୟସ୍ୱରୂପ ଦାସ ସାଇବର ଅପରାଧ ବିଭିନ୍ନ ଦିଗରେ ଉପରେ ସଚେତନ କରିଥିଲେ। ଜଣେ ବ୍ୟକ୍ତିଙ୍କ ନାଁରେ କେତୋଟି ସିମ୍ କାର୍ଡ ସଂଯୋଗ ରହିଛି ତାହାର ଯାଞ୍ଚ କରିବା ଏବଂ ଚୋରି ହୋଇଥିବା ମୋବାଇଲକୁ ବ୍ଲକ୍ କରିବା ପାଇଁ ସଂଚାର ସାଥୀ ପୋର୍ଟାଲର ବିଭିନ୍ନ ସୁବିଧା ଉପଲବ୍ଧ ଅଛି। ଚୋରି ଯାଇଥିବା ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ଡାଟା ଅପଲୋଡ କିପରି କରାଯିବ, ସେ ସମ୍ପର୍କରେ ବୁଝାଇଥିଲେ।
ଏଥିସହିତ ଅନ୍‌ଲାଇନ ଠକେଇ, ଓଟିପି ଆଧାରିତ ଆର୍ଥିକ ଠକେଇ, ଏବଂ ତଦନ୍ତ ସମୟରେ ତଥ୍ୟ ସଂଗ୍ରହ, ବ୍ୟାଙ୍କ ଷ୍ଟେଟମେଣ୍ଟରୁ ତଥ୍ୟ ସଂଗ୍ରହ, ଆକାଉଣ୍ଟକୁ ଫ୍ରିଜ୍ କରାଯିବା, ଡିଜିଟାଲ ପ୍ରମାଣ ସନ୍ଧାନ, ଶିଶୁ ଯୌନ ନିର‌୍ୟାତନା ସାମଗ୍ରୀର ତଦନ୍ତ (ଏନ୍‌ସିଏମ୍‌ଇସି), ଡାଟା ସଜାଡିବା, ସନ୍ଦିଗ୍ଧ ମୋବାଇଲ ନମ୍ବରକୁ ଖୋଜିବା, ସୋସିଆଲ ମିଡିଆ, ବିଭିନ୍ନ ୱେବ୍‌ସାଇଟରୁ ତଥ୍ୟ ସଂଗ୍ରହ, ନେଟୱାକିଂ ଡିଭାଇସର ସନ୍ଧାନ, ୱେବ୍‌ସାଇଟ, ଆଇଏମ୍‌ଇଆଇ ଟ୍ରାକର, ଗୁଗଲ ଡାସବୋର୍ଡ, ଗୁଗଲ ଟେକଆଉଟ, ଟ୍ରକଲର, ଆଇକନ୍, ଇମେଲ, ହେଡର ଆନାଲାଇଜର ଆଦି ତଥ୍ୟ ସଂଗ୍ରହ ସମ୍ପର୍କରେ ବୁଝାଇଥିଲେ। ସାଇବର ସୁରକ୍ଷା ବିଶେଷଜ୍ଞ ସାଇବର ଆଇନ ସମ୍ପର୍କରେ ବୁଝାଇଥିଲେ।
ଆଇଟି, ବ୍ୟାଙ୍କର୍ସ ବୁକ୍ ପ୍ରମାଣ ଆଇନ, ନୂତନ ଫୌଜଦାରି ଆଇନ, ବିଏନଏସ୍ଏସ୍,ବିଏସ୍ଏ, ମଧ୍ୟସ୍ଥ ନିୟମାବଳୀ, ଜବତ ସମ୍ବନ୍ଧିତ ଆଇନଗତ ବ୍ୟବସ୍ଥା, ସମ୍ପର୍କରେ ବିଶେଷଜ୍ଞ ମତାମତ ଦେଇଥିଲେ।
ଅତିରିକ୍ତ ଏସ୍‌ପି ଆକାଶ ସାହୁ ଓ ବିଶେଷଜ୍ଞ ବିନାୟକ ସାହୁ ବିଭିନ୍ନ ନୋଟିସର ଡ୍ରାଫ୍ଟ ଚିଠି ଫର୍ମାଟ, ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ ବିବରଣୀ ଏବଂ ପୋର୍ଟାଲ ବ୍ୟବହାର, ଇମେଲ ହେଡର ବିଶ୍ଳେଷଣ କରିଥିଲେ।
ମେଲ୍ ସମ୍ବନ୍ଧୀୟ ଅପରାଧିକ ଗତିବିଧ‌ି, କାର୍ଯ୍ୟପ୍ରଣାଳୀ, ୱେବ୍ ଓ ଆପ୍ ଆଧାରିତ ଇ -ମେଲ ସ୍କାମ୍ ସମ୍ପର୍କରେ କହିଥିଲେ।
ଏସ୍‌ପି ବିବେକାନନ୍ଦ ଶର୍ମା ଯୋଗଦେଇ କହିଥିଲେ ଯେ,ଜିଲ୍ଲାରେ ନୂତନ ଭାବେ ସାଇବର ଥାନା ଆରମ୍ଭ ହୋଇଯାଇଛି। କୌଣସି ବ୍ୟକ୍ତି ସାଇବର ଠକାମିର ଶିକାର ହେଲେ ତୁରନ୍ତ ସାଇବର ଥାନାରେ ଲିଖିତ ଅଭିଯୋଗ କରନ୍ତୁ।
ହେଲ୍ପଲାଇନ ନମ୍ବର ୧୯୩୦. କିମ୍ବା ଜାତୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲରେ ଅନଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ। ସାଇବର ଠକାମିର ଶିକାର ହେଲେ ଭୟଭୀତ ହୁଅନ୍ତୁ ନାହିଁ।
ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ କରନ୍ତୁ। ଖୋରଧା ପୋଲିସ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ ଶିବିରରେ କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ, କର୍ମଚାରୀ ପ୍ରମୁଖ ପ୍ରଶିକ୍ଷଣ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031