Indus Valley Times

“ଖୋରଧା ପୁଲିସ ମିତ୍ର” କାର୍ଯ୍ୟକ୍ରମର ସୁଭାରମ୍ବ, ଜନତାଙ୍କୁ ମିଳିବ ତ୍ୱରିତ ସେବା-ଆଇଜି

 Breaking News

“ଖୋରଧା ପୁଲିସ ମିତ୍ର” କାର୍ଯ୍ୟକ୍ରମର ସୁଭାରମ୍ବ, ଜନତାଙ୍କୁ ମିଳିବ ତ୍ୱରିତ ସେବା-ଆଇଜି

“ଖୋରଧା ପୁଲିସ ମିତ୍ର” କାର୍ଯ୍ୟକ୍ରମର ସୁଭାରମ୍ବ, ଜନତାଙ୍କୁ ମିଳିବ ତ୍ୱରିତ ସେବା-ଆଇଜି
May 16
17:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୫ : ଖୋରଧା ଜିଲ୍ଲା ପୁଲିସ ପକ୍ଷରୁ “ଖୋରଧା ପୁଲିସ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ବ ହୋଇଛି।
ପୁଲିସ ଏବଂ ଜନତାଙ୍କ ମଧ୍ୟରେ ଦୂରତା କମାଇବା, ଉତ୍ତମ ସମ୍ପର୍କ, ଆଇନଶୃଙ୍ଖଳା ଅପରାଧ ନିୟନ୍ତ୍ରଣ, ଜନତାଙ୍କ ଆସ୍ଥାଭାଜନ ଲକ୍ଷ୍ୟ ନେଇ ‘ଖୋର୍ଦ୍ଧା ପୋଲିସ ମିତ୍ର’ ଆରମ୍ଭ ହୋଇଛି। ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଡ.ସତ୍ୟଜିତ ନାୟକ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏହାର ଲୋଗେ ପୋଷ୍ଟର ଉନ୍ମୋଚନ କରିଥିଲେ।
ଏହି ଅବସରରେ ଆଇଜି ଶ୍ରୀ ନାୟକ କହିଥିଲେ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସହାଭାଗିତା ସୁଦୃଢ଼ ହେବ। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ପୁଲିସ ସେବାଗୁଡିକୁ ସହଜ ଓ ତ୍ୱରିତ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବା।
ଯେକୌଣସି ସମସ୍ୟା ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ, କିଛି ସମୟ ମଧ୍ୟରେ ସ୍ଥାନୀୟ ପୁଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ଏକ କ୍ୟୁଆର-କୋଡ଼ ଦିଆଯାଇଛି, ଏହାକୁ ଆକ୍ସେସ କରିବା ମାତ୍ରକେ ହ୍ଵାଟଆପରେ ଏସ୍ପିଙ୍କ କାର୍ଯ୍ୟାଳୟ ସହିତ ଯୋଡ଼ି ହୋଇ ପୁଲିସ ସହାୟତା ପାଇପାରିବେ।
ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା କହିଥିଲେ ଜିଲ୍ଲାରେ ଆଇନଶୃଙ୍ଖଳା ,ଅପରାଧ ନିୟନ୍ତ୍ରଣ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପ୍ରତି ଗୁରୁତ୍ୱ ଦିଆଯିବ।
ଜିଲ୍ଲାର ସମସ୍ତ ଜନସାଧାରଣ ପୁଲିସ ମିତ୍ର ପ୍ରୟାସ ସହ ସକ୍ରିୟ ଭାବେ ଯୋଡ଼ି ହୋଇ ସୁରକ୍ଷିତ ଓ ଅପରାଧମୁକ୍ତ ସମାଜ ଗଠନରେ ପୁଲିସ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଅତିରିକ୍ତ ଏସ୍ପି ଶ୍ରୀନିବାସ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅତିରିକ୍ତ ଏସ୍ପି (ଡ଼ିଆଇବି) ଅନାଦି ସେଠୀ, ସଦର ଡ଼ିଏସପି ନିହାର ରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ ଥାନାର ଅଧିକାରୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଗଣମାଧ୍ୟମ ପ୍ରତିନିଧି,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930