Indus Valley Times

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ଅଗ୍ରଗତିର ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ

 Breaking News

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ଅଗ୍ରଗତିର ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ଅଗ୍ରଗତିର ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ
June 26
22:38 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୬ : ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରୁ ଅର୍ଥାତ ୧୯୪୪ ମସିହାରୁ ଚିନ୍ତାକରାଯାଇଥିବା ପୂର୍ବ -ପଶ୍ଚିମ ଓଡ଼ିଶାର ସଂଯୋଗ ର ସେତୁ ଖୁର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ନାଲିଫିତା ତଳେ ପଡିରହିଥିଲା ।
ବହୁ ଲଢେଇ ଆନ୍ଦୋଳନ ଫଳରେ ଖୋର୍ଦ୍ଧାରୁ ନୟାଗଡ଼ ଏବଂ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଗାଡି ଗଡି ବର୍ଷ ବର୍ଷ ଧରି ପ୍ରକଳ୍ପ ଅତ୍ୟନ୍ତ ଧିମା ଗତିରେ ଚାଲୁଥିବା ବେଳେ ଏ କଥା ଯେତେବେଳେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନଜରକୁ ଆସିଲା ତାଙ୍କ ନିର୍ଦେଶକ୍ରମେ ୧୯/୦୮/୨୦୧୫ ରିଖରେ ରାଜ୍ୟ ସରକାର ରେଳ ବିଭାଗ ସହ ତତ୍କାଳୀନ ରେଳବାଇ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପ୍ରଭାକର ପ୍ରଭୁ ଙ୍କ ସହ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଅନ୍ୟ ବିଜୁ ଜନତାଦଳ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏମଓୟୁ ଚୁକ୍ତି କରିଥିଲେ ।
ଏହି ଚୁକ୍ତିନାମାନୁଯାୟୀ ରାଜ୍ୟସରକାର ସମସ୍ତ ଜମି ମାଗଣା ଯୋଗାଇଦେବା ସହ ପ୍ରକଳ୍ପଖର୍ଚ୍ଚର ପଚାଶ ପ୍ରତିଶତ ପ୍ରଦାନ କରିବାପରେ ଏହି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି ।
ବିଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋନପୁରରୁ ପୁରୁଣାକଟକ ଯାଏଁ ପ୍ରାୟ ୯୫ପ୍ରତିଶତ ନିର୍ମାଣ କାର‌୍ୟ୍ୟମଧ୍ୟ ସମାପ୍ତ ହୋଇସାରିଥିଲା ।
ଚଳିତ ଜୁନ ୨୨ ତାରିଖ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ବୌଦ୍ଧ -ପୁରୁଣା କଟକ ରେଳ ଷ୍ଟେସନ ଉଦଘାଟନ କରିବା ସହ ରେଳଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ସମୟରେ ଡବଲ ଇଞ୍ଜିନ ସରକାର ସମସ୍ତ ଶ୍ରେୟ ନେବାକୁ ଉଦ୍ୟମ କରି ବଡ଼ ବଡ଼ ହୋଡିଂ ସବୁଆଡେ ମାରିଚାଲିଲେ ।
ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଉଦଘାଟନ କଲାବେଳେ ପୁରୁଣାକଟକ ରେଳ ଷ୍ଟେସନକୁ ଜନୈକ ଅନାମଧେୟ ବିଜେପି ନେତା ଯେକି କୌଣସି ଜନପ୍ରତିନିଧି ସୁଦ୍ଧା ନୁହଁନ୍ତି ସେ ଉଦଘାଟନ କଲେ ପୂଜା ହୋମରେ ବସିଲେ କୋଉ ଗୁଣବଳରେ ସେ ଏହି ଉଦଘାଟନ କଲେ ଏ ସମ୍ପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
. ସବୁଠାରୁ ବଡ଼ କଥା ହେଉଛି ଏ ପ୍ରକଳ୍ପର ସମସ୍ତ ଶ୍ରେୟ ଡବଲ ଇଞ୍ଜିନ ସରକାର ନେବାକୁ ଉଦ୍ୟମ କରୁଥିବେଳେ । ବାକିଥିବା ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି ବୌଦ୍ଧଜିଲ୍ଲାର ସମସ୍ତ ଟନେଲ କାର‌୍ୟ୍ୟ ପ୍ରାୟ ସରିଲାଣି ଏହି ସମୟରେ ବୌଦ୍ଧ ବିଧାୟକ ନାନା ଆଳ କରି ବାଣୀଭୂଷଣ ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଉଁରୀପଥର ଠାରେ ବିଭିନ୍ନ ଲୋକଙ୍କ ନାମରେ ବସ୍ତି କହି କିଛି ଅସାଧୁ ବ୍ୟକ୍ତି ନିଜେ ବୌଦ୍ଧ ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନରେ ମନ୍ଦ ଉଦ୍ଦେଶ୍ୟ ରଖି ଘର ନିର୍ମାଣ କରି ରହୁଛନ୍ତି ବୋଲି ଦାବୀ କରିଛନ୍ତି । ଯଦିଓ ସର୍ଭେ ସମୟରେ ଉକ୍ତ ଜାଗାରେ କୌଣସି ଘର ନଥିଲା ଏବଂରେଳ ବିଭାଗ ଉକ୍ତ ଘରକୁ ଭାଙ୍ଗୁଥିବା ବେଳେ ବିଧାୟକ ଏହାକୁ ନିଜେ ରୋକିବାକୁ ଉଦ୍ୟମ କରି ବିଫଳ ହେବାପରେ ବୌଦ୍ଧ ଗସ୍ତରେ ଆସିଥିବା ଷ୍ଟାଣ୍ଡିଙ୍ଗ କମିଟି (ଯଦିଓ ପୂର୍ବରୁ ତାଙ୍କର ଉକ୍ତ ଜାଗାକୁ ଗସ୍ତକାର୍ଯ୍ୟକ୍ରମ ନଥିଲା )ଙ୍କ ସାହାଯ୍ୟ ନେଇ ଭଂଗାଯାଉଥିବା ଘରକୁ ଅଟକାଇଵା ସହ ଜାଣିଶୁଣି ପ୍ରକଳ୍ପ ନିର୍ମାଣରେ ବାଧକ ସାଜୁଛନ୍ତି ।
ଏଇଥିରୁ ଜଣାପଡୁଛି ଏ ଜିଲ୍ଲାର ବିକାଶ ପାଇଁ ବିଧାୟକ କେତେ ଚିନ୍ତିତ!!!ଏ ଜିଲ୍ଲାର ବିକାଶ କ୍ଷେତ୍ରରେ କିଏ ଅନ୍ତଃରାୟ ସୃଷ୍ଟି କରୁଛି?? ସେଦିନ ପ୍ରତିବାଦ କରୁଥିବା ମଞ୍ଜୁ ବେହେରାଙ୍କ ବାପ ଘର ହେଉଛି ବିଧାୟକଙ୍କ ନିଜ ଗାଁ କୃଷ୍ଣପାଲି ଗ୍ରାମରେ ମଞ୍ଜୁ ବେହେରା ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି ସେ ଭଉଁରୀ ପଥର ନୁହେଁ କୀଟାଙ୍ଗ ପଡା ଗ୍ରାମର ବାସିନ୍ଦା ସେ ନିଜେ ନିଜ ଜାଗାରେ ୨୦-୨୧ମସିହାରେ ନିଜ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରି ସ୍ଥାୟୀ ଭାବେ କୀଟାଙ୍ଗପଡ଼ାରେ ରହି ଆସୁଛନ୍ତି ତାଙ୍କର ଭୋଟ ପରିଚୟ ପତ୍ର ଆଧାର କାର୍ଡ mgnregs କାର୍ଡ ସବୁଥିରେ ଏ କଥା ଉଲ୍ଲେଖ ଅଛି ।
ଠିକ ସେହିଦିନ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିଥିବା ଅନ୍ୟ ବ୍ୟକ୍ତିଜଣକ ପିତାମ୍ବରପୁର ପଞ୍ଚାୟତ କାନପୁର ଗ୍ରାମର ଦୁର୍ଯ୍ୟୋଧନ ଭୋଇ କାନପୁର ଗ୍ରାମରେ ତାଙ୍କ ସପରିବାର ରହୁଥିବେଳେ ମିଛ ବସ୍ତି ନିର୍ମାଣ କରି ଲୋକେ ରହୁଥିବା ଦାବିକରି ପ୍ରକଳ୍ପ କାର୍ଯ୍ୟକୁ ଅଟକେଇବାପାଇଁ ବୌଦ୍ଧ ବିଧାୟକ କରୁଥିବା ଉଦ୍ୟମକୁ ନିନ୍ଦା କରିବା ପାଇଁ ଓଡ଼ିଆ ସାହିତ୍ୟର ଅଭିଧାନରେ ସୁଦ୍ଧା ଭାଷାର କମ ପଡିବ କ୍ଷ ନିଜ ସ୍ୱାର୍ଥପାଇଁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କୁ ବିରୋଧ କରୁଥିବା ବୌଦ୍ଧ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକି ବିଜେପି??? ଏବଂ ବୌଦ୍ଧ ବିକାଶରେ ଅସଲ ବାଧକ କିଏ ଆପଣମାନେ ଅନୁଭବ କରନ୍ତୁ ।
. ଦ୍ଵିତୀୟ କଥା ଗତକାଲି ରାଜ୍ୟସରକାର ୦୯ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଥିବା ବେଳେ ଦୀର୍ଘ ଦିନ ଧରି ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିବା ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ଏ ସରକାର ଆସିବାପରେ ରଙ୍ଗ ପରିବର୍ତ୍ତନ କରିଥିଵାବେଳେ ଉଦଘାଟନ ନହେବା କ୍ଷୋଭର ବିଷୟ ।
. ଆପଣମାନେ ଜାଣନ୍ତି ବୌଦ୍ଧ ପ୍ରତି ପ୍ରକୃତିର ଅବଦାନ କିଛି କମ ନଥିବାବେଳେ ଲଘୁଜ ଖଣିଜ ସମ୍ପଦ ରେ ମଧ୍ୟ ଏ ଜିଲ୍ଲା ଭରପୁର ଥିବାବେଳେ ଏ ସରକାର ସମସ୍ତ ନିୟମକାନୁନକୁ ଉଲଙ୍ଘନ କରି ଲଘୁ ଖଣିଜ ସମ୍ପଦର ଲୁଟ ମଧ୍ୟ ଭରପୁର କରିଚାଲିଛି ।
ଜୁନ ୧୦ରୁ ଅକ୍ଟୋବର ୩୦ ଯାଏଁନଦୀରୁ ବାଲି ଉଠାଣ ସମ୍ପୂଣ୍ଣ ବେଆଇନ ଥିବାବେଳେ ବୌଦ୍ଧରେ ବିଶେଷକରି ହରଭଙ୍ଗା ତହସିଲ ଅଧିନରେ ଥିବା ବାଲି ସଇରାତ ଗୁଡିକରୁ ବ୍ୟାପକ ବାଲି ଲୁଟ ଚାଲିଛି ରାଜସ୍ୱ ବିଭାଗ ମାଇନିଙ୍ଗ ବିଭାଗ ଏବଂ ପୁଲିସର ଅସମ୍ଭବ ନୀରବତା ଜିଲ୍ଲାବାସୀଙ୍କୁ ଆଶ୍ଚର‌୍ୟ୍ୟକ୍ଷନ୍ୱିତ କରିଛି ।
ଏହି ବାଲି ରାକେଟ ରେ ବିଧାୟକଙ୍କ ନିଜ ଲୋକ ପରିବାର ଲୋକ ସାମିଲ ଥିବାରୁ ସରକାରୀ ବାବୁମାନେ ହାତ ମାରିବାର ସାହସ କରୁନାହାନ୍ତି କେତେବେଳେ କେମିତି ଧର୍ମକୁ ଆଖିଠାର ମାରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନୀରବ ହୋଇ ବସିରହୁଛନ୍ତି ।
. ଏ ସମସ୍ତ ଘଟଣା ସମ୍ପର୍କରେ ବିଜୁ ଜନତାଦଳ ପକ୍ଷରୁ ଆଜି ବୌଦ୍ଧ ସର୍କିଟ ହାଉସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ମନ୍ତ୍ରୀ ବାଚସ୍ପତି ତଥା ବୌଦ୍ଧ ବିଜୁ ଜନତାଦଳ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଦୃଷ୍ଟି ଆକର୍ଷଣ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031