Indus Valley Times

ଗଜପତି : ଗୋଷାଣୀ ବ୍ଲକରେ ଜେ:ଆରସି: ତାଲିମ୍ ଶିବିର କାର୍ଯ୍ୟକ୍ରମ,ରକ୍ତଦାନ ମହାପୂଣ୍ୟ

 Breaking News

ଗଜପତି : ଗୋଷାଣୀ ବ୍ଲକରେ ଜେ:ଆରସି: ତାଲିମ୍ ଶିବିର କାର୍ଯ୍ୟକ୍ରମ,ରକ୍ତଦାନ ମହାପୂଣ୍ୟ

December 01
19:19 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି , ୧/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ଠାରେ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡଃ ମାୟାଧର ସାହୁ ଓ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଅନୁମୋଦନ କ୍ରମେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ନେତୃତ୍ୱରେ ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟର ପରାମର୍ଶଦାତା ମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ସମୁଦାୟ ୨୧ ଜଣ ପରାମର୍ଶ ଦାତା ଅଂଶଗ୍ରହଣ କରିଥିଲେ।
ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ପ୍ରାଥମିକ ଉପଚାର , ପ୍ରାକୃତିକ ବିପର୍ଯ୍ୟୟ , ରକ୍ତଦାନ , ସଡକ ସୁରକ୍ଷା , ବିଦ୍ୟାଳୟ ସୁରକ୍ଷା , ରକ୍ତସ୍ରାବ , ଅସ୍ଥିଭଙ୍ଗ , ବଜ୍ରପାତ , ସାପକାମୁଡା , ସିପିଆର: ଅଭ୍ୟାସ ଓ ରେଡକ୍ରସର ଲକ୍ଷ୍ୟ ଓ କାର୍ଯ୍ୟ ପ୍ରଭୃତି ବିଷୟରେ ପରାମର୍ଶ ଦାତା ମାନଙ୍କୁ ବିଶେଷ ଭାବେ ଶିକ୍ଷାଦାନ ଦିଆ ଯାଇଥିଲା।
ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସଂଜୀବ କୁମାର ଦାସ , ଜିଲ୍ଲା ଜୁନିଅର ରେଡକ୍ରସ ର ସହ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ , ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ , ଜିଲ୍ଲା ଜୁନିଅର ରେଡକ୍ରସ ର ସମ୍ବଳ ସାଧନ କର୍ମୀ ନୀତେଶ ଲେଙ୍କା ଓ ଗୋଷାଣୀ ବ୍ଲକର ସଂଯୋଜକ ଗୋପୀନାଥ ଗୌଡ଼ ପ୍ରମୁଖ ଯୋଗ ଦେଇ ପରାମର୍ଶଦାତା ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଶିକ୍ଷା ପ୍ରଦାନ କରିଥିଲେ।
ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପରାମର୍ଶଦାତା ମାନେ ଆଗ୍ରହର ସହିତ ପ୍ରଶିକ୍ଷଣକୁ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ।
ପରିଶେଷରେ ପରାମର୍ଶଦାତା ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ବରିଷ୍ଠ ଶିକ୍ଷକ ଶ୍ରୀ ରାମମୃତ୍ତି ସହିତ ସମସ୍ତ କର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ।
\”ଆସ ଭାଇ-ଭଉଣୀ ଏକ ହେବା ରେଡକ୍ରସ ରେ ଯୋଗ ଦେଵା। \”\”

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031