Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

January 25
21:58 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଥମେ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଶୋଭାଯାତ୍ରାରେ ଏଏନଏମ: ଓ ଆଶା କର୍ମୀଙ୍କ ସମେତ ବହୁ ସଂଖ୍ୟାରେ ଏଏନଏମ: ତାଲିମ ଛାତ୍ରୀ ଓ ସୂର୍ଯ୍ୟ ଟେକ୍ନୋଲୋଜି କଲେଜ ଛାତ୍ରୀ ଯୋଗଦେଇ କନ୍ୟା ସନ୍ତାନ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଳା-କାର୍ଡ ଧରି ସହର ପରିକ୍ରମା କରିଥିଲେ ।
ପରେ ସମସ୍ତେ ଆୟୋଜିତ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଏହାପରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡିଏମଓ: ଡ଼ାଃ ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ତଥା ନାରୀକୁ କେବେ ହେଲେ ଅବହେଳା କି ଅଣଦେଖା ନ କରିବା , ଲିଙ୍ଗ ନିରୂପଣ କି ଭ୍ରୁଣହତ୍ୟା ନ କରିବା , ଲିଙ୍ଗଗତ ଭେଦ ଭାବ ନ ରଖିବା , ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଅଧିକାର ଓ ସୁରକ୍ଷା ଦେବା , ବାଲ୍ୟ ବିବାହ ନ କରିବା ଓ ବେଟି ପଢ଼ାଓ ବେଟି ବଞ୍ଚାଓ ପ୍ରଭୃତି ହୋଇ ପାରିଲେ ହିଁ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ଏବଂ ଏସବୁ କ୍ଷେତ୍ରର ମୂଳରେ ରହିଛି ସଚେତନତା ଓ ମାନସିକ ପରିବର୍ତ୍ତନ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ , ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ସହକାରୀ ମ୍ୟାନେଜର ଆଇନ ପରାମର୍ଶ ଶ୍ରୀ ପ୍ରମୋଦ କୁମାର ରାଉଳ ଏବଂ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ସୁଚନା ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ମଞ୍ଚାସିନ ଅତିଥି ଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ହେବା ସହ କନ୍ୟା ସନ୍ତାନ ଓ ମହିଳା ସମ୍ଭନ୍ଧିୟ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031