Indus Valley Times

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
March 20
18:17 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୦/୩: ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମ ପଞ୍ଚାୟତର ବେତାର ସିଂ ଗ୍ରାମ ସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆର:କେ:ଏସ:ଏସ:. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ନାବାର୍ଡ ସଂସ୍ଥା ସହାୟତାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା କାର୍ଯ୍ୟକ୍ରମରେ ୨୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ବ ଦଳର ନେତ୍ରୀ ମାନଙ୍କୁ ନେଇ ସେମାନଙ୍କ ନେତୃତ୍ବର ବିକାଶ ଓ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଶିବିରରେ ବିଭିନ୍ନ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଦଶସୂତ୍ର କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରିବା ପ୍ରଭୃତି ଉପରେ ସଚେତନ କରା ଯାଇଥିଲା ।
ସେହିଭଳି ଦଳ ଦ୍ଵାରା ସେମାନଙ୍କୁ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ୟୁନିୟନ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଗଜପତି ଠାରେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ଚାଷ ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି , ସିଲାଇ , କମ୍ପୁଟର ଶିକ୍ଷା , ବିଦ୍ୟୁତ ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କ୍ଷମ ହୋଇ ପାରିବେ ସେ ଗୁଡ଼ିକ ଊପରେ ସଚେତନ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରା ଯାଇଥିଲା ।
ଅନ୍ୟପକ୍ଷରେ , ମହିଳା ମାନଙ୍କୁ ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା , ଅଟଳ ପେନସନ , ଫସଲ ବୀମା , ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଏଥିସହିତ , ଦୀର୍ଘ କାଳୀନ ଜୀବନ ଜୀବିକା ଦିଗରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଯଥା:- ଖଜୁରୀ ଗୁଡ ତିଆରି , ହଳଦୀ ଗୁଣ୍ଡ ଓ ପେପର ପ୍ଳେଟ ଅନ୍ୟାନ୍ୟ ଦୀର୍ଘ କାଳୀନ ଯୋଜନା ଉପରେ ବୁଝା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏଲଡିଏମ: ଶ୍ରୀ ମହେଶ୍ଵର ମଣ୍ଡଳ , ଜିଲ୍ଲା ନାବାର୍ଡ ଡିଡିଏମ: ଶ୍ରୀ ପ୍ରତୀକ ପଣ୍ଡା , ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ , ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନ , ସିଏଲଏଫ ସଂଯୋଜକ ଶ୍ରୀ ସଞ୍ଜୟ ବେହେର ମାଝୀ , ଏମବିକେ:-ଓଏଲ୍ଏମ:- କବିତା ରଇତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ଶ୍ରୀ ପ୍ରଦୀପ କୁମାର ଦାସ ଓ ତାଲିମଦାତା ଶ୍ରୀ ରବି ନାରାୟଣ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଆର:କେ:ଏସ:ଏସ: ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶେଷରେ ଶ୍ରୀ ଯୀହୁଶାୟ ରଇତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031